ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ପୁରୁଣା ବର୍ଷର ବଜେଟ ପଢ଼ିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ନିର୍ମଳା ସୀତାରମଣ…

ଜୟପୁର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ବଜେଟକୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ତର ଦେଉଥିଲେ। ଏହି ଉତ୍ତର ଦେବା ସମୟରେ ସେ ବିରୋଧୀଙ୍କ କଟାକ୍ଷ ବି କରିଛନ୍ତି। ଏଥିସହିତ ଆଜି ରାଜସ୍ଥାନରେ ରାଜ୍ୟ ବଜେଟ୍‌ ଉପସ୍ଥାପନ ବେଳେ ଉପୁଜିଥିବା ତ୍ରୁଟିକୁ ନେଇ ଅର୍ଥମନ୍ତ୍ରୀ ପ୍ରତିକ୍ରିୟା ବି ଦେଇଛନ୍ତି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବର୍ଷର ବଜେଟ୍‌ ଉପସ୍ଥାପନ କରିଥାନ୍ତେ। ମାତ୍ର ସେ ଭୁଲ୍‌ବଶତଃ ଏବର୍ଷର ‌ବଜେଟ୍‌ ସ୍ଥାନରେ ଗତ ବର୍ଷର ବଜେଟ୍‌ ପଢ଼ିବା ଆରମ୍ଭ କରିଥିଲେ। ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଶୋକ ଗେହଲଟ୍‌ଙ୍କୁ ଅକ୍ଷେପ କରି କହିଛନ୍ତି, ‘ରାଜସ୍ଥାନ ନା ବାବା ନା….। ସେଠାରେ ତ ପୁରୁଣା ବର୍ଷର ବଜେଟକୁ ଚଳିତ ବର୍ଷ ପଢ଼ା ଯାଉଛି।’ ଏହାକୁ ନେଇ ବିରୋଧୀ ଦଳ ଆପତ୍ତି କରିଥିଲେ।
ଏହାପରେ ନିର୍ମଳା ସୀତାରମଣ କହିଥିଲେ, ‘ଏହା ଏକ ମାନବୀୟ ତ୍ରୁଟି। ଏହା କେ‌ବେ ବି କାହା ସହିତ ଘଟିପାରେ। ଆଜି ଏହା ରାଜସ୍ଥାନ ବିଧାନସଭାରେ ଘଟିଥିବାରୁ ମୁଁ ଏହାକୁ ଆଲୋଚନାକୁ ଆଣିଛି।’
ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ତାଙ୍କର ବଜେଟ ଭାଷଣ ଆରମ୍ଭ କରିବା ବେ‌ଳେ ଗତ ବର୍ଷ କାର୍ଯ୍ୟକ‌ାରୀ ହୋଇଥିବା ପୁରୁଣା ଯୋଜନା ଓ ସହରୀ ବିକାଶ ଯୋଜନା ସଂପର୍କରେ ପଢ଼ିବା ଆରମ୍ଭ କରିଥିଲେ। ତାଙ୍କୁ କଂଗ୍ରେସ ମନ୍ତ୍ରୀ ମହେଶ ଜୋଶୀ ଅଟାକାଇବା ପରେ ସେ ତତ୍‌କ୍ଷଣାତ ଚୁପ୍‌ ହୋଇ ଯାଇଥିଲେ। ଆଉ କ୍ଷମା କରିବେ ବୋଲି କହିଥିଲେ। କିନ୍ତୁ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

nis-ad
Leave A Reply

Your email address will not be published.