ହିଂସା ପାଇଁ ଆହ୍ବାନ ଦେଉଛନ୍ତି କଶ୍ମୀର ଓ ଖଲିସ୍ତାନୀ ସମର୍ଥକ : ବ୍ରିଟିଶ ଅଧିକାରୀ…

ଲଣ୍ଡନ: ବ୍ରିଟେନରେ କଶ୍ମୀର ଓ ଖଲିସ୍ତାନ ସପକ୍ଷବାଦୀ ଚରମପନ୍ଥୀଙ୍କ ଉପସ୍ଥିତିକୁ ନେଇ ସତର୍କ ହୋଇଉଠିଛନ୍ତି । ବ୍ରିଟିଶ ସରକାରଙ୍କ ଆତଙ୍କବାଦ ନିରୋଧୀ ଯୋଜନାର ସମୀକ୍ଷାରେ ବ୍ରିଟେନରେ ରହୁଥିବା କଶ୍ମୀର ସପକ୍ଷବାଦୀ ମୁସଲମାନ ଓ ଖଲିସ୍ତାନ ସପକ୍ଷବାଦୀ ଦେଶ ପାଇଁ ବିପଦ ଭାବେ ଦର୍ଶାଯାଇଛି ଏବଂ ଇସଲାମିକ ଉଗ୍ରବାଦର ମୁକାବିଲା ରେ ସଂସ୍କାର ଆଣିବାକୁ ସୁପାରିସ କରାଯାଇଛି ।
ଚଳିତ ସପ୍ତାହରେ ପ୍ରକାଶିତ ସରକାରଙ୍କ ଆତଙ୍କବାଦ ବିରୋଧୀ ପ୍ରାରମ୍ଭିକ ହସ୍ତକ୍ଷେପ ନିରୋଧ ରଣନୀତିର ସମୀକ୍ଷା ରେ ଚେତାବନୀ ଦିଆଯାଇଛି ଯେ ଭାରତ ବିରୋଧୀ ଭାବନାକୁ ଉତ୍ତେଜିତ କରିବା ପାଇଁ ପାକିସ୍ତାନ ଉଦ୍ୟମ କରୁଛି । ବିଶେଷକରି କାଶ୍ମୀରକୁ ନେଇ ବ୍ରିଟେନର ମୁସଲମାନ ସମ୍ପ୍ରଦାୟକୁ ପାକିସ୍ତାନ ପ୍ରଭାବିତ କରୁଛି ।
ପବ୍ଲିକ ଆପଏଣ୍ଟମେଣ୍ଟ କମିଶନର ୱିଲିୟମ୍ ସକ୍ରସଙ୍କ ଦ୍ୱାରା କରାଯାଇଥିବା ଏହି ସମୀକ୍ଷାରେ ବ୍ରିଟେନରେ ସକ୍ରିୟ ଥିବା ଖଲିସ୍ତାନ ସମର୍ଥକ ଗୋଷ୍ଠୀଙ୍କ ଦ୍ୱାରା ଭାରତ ବିରୋଧରେ ମିଥ୍ୟା ଗୁଜବ ପ୍ରସାରିତ ହେଉଥିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି ।
ମୁଁ ବ୍ରିଟେନରେ ଉଗ୍ରବାଦୀ ଗୋଷ୍ଠୀର ପ୍ରମାଣ ଦେଖିଛି। ଏହାବ୍ୟତୀତ ମୁଁ ବ୍ରିଟେନରେ ଜଣେ ପାକିସ୍ତାନୀ ମୌଲବୀଙ୍କ ସମର୍ଥକଙ୍କୁ କାଶ୍ମୀରରେ ହିଂସା ପାଇଁ ଆହ୍ୱାନ ଦେଉଥିବା ଦେଖିଛି । ମୁଁ ଏପରି ପ୍ରମାଣ ମଧ୍ୟ ଦେଖିଛି ଯାହା ଦର୍ଶାଉଛି ଯେ ବ୍ରିଟିଶ ଇସଲାମବାଦୀମାନେ କଶ୍ମୀରରେ ଉତ୍ତେଜନା ପାଇଁ ଆଗ୍ରହୀ । ଏଣୁ ଆଗକୁ ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.