ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌। ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ସମସ୍ତ କର୍ମଚାରୀ ପ୍ରତି ଶୁକ୍ରବାର ଦିନ ପିନ୍ଧିବେ ଖଦଡ଼ରୁ ପ୍ରସ୍ତୁତ ପୋଷାକ। ଆସନ୍ତାକାଲି ଠାରୁ ଏହା ଲାଗୁ ହେବ। ସେହିପରି ପ୍ରତି ଶନିବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌କୁ ଇ-ଯାନ ବ୍ୟତୀତ ଅନ୍ୟ ଗାଡ଼ିରେ ଯିବା ପାଇଁ ବାରଣ କରାଯାଇଛି।

କୁଳପତିଙ୍କ ନିର୍ଦ୍ଦେଶ କ୍ରମେ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିବା କହିଛନ୍ତି କୁଳସଚିବ ସଚିଦାନନ୍ଦ ନାୟକ। ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

nis-ad
Leave A Reply

Your email address will not be published.