ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଗୁଜୁରାଟ ଯିବ ଗୋପାଳ ଦାସ..!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ଡରେ ଯିବ | ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି | ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଅନୁମତି ଦେଇଛନ୍ତି |

ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି | ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଛି | ତେବେ ମିଳିଥିବା ତାଜା ସୂଚନା ମୁତାବକ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ଗୋପାଳ ଗୁଜୁରାଟ ଯିବ | ଗୁଜୁରାଟର ଅହମ୍ମଦାବାଦରେ ଗୋପାଳର ନାର୍କୋ ଟେଷ୍ଟ ହେବ ବୋଲି ଜଣାପଡିଛି | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗୋପାଳକୁ ଝାରସୁଗୁଡା ବିମାନବନ୍ଦରରୁ କୋଲକାତା ନିଆଯିବ | ସେଠାରୁ ଗୁଜୁରାଟର ଅହମ୍ମଦାବାଦକୁ ନିଆଯିବ | ଅନ୍ୟପଟେ ଗୋପାଳର ପଲିଗ୍ରାଫ ଟେଷ୍ଟ ଭୁବନେଶ୍ୱରରେ ହେବ |

nis-ad
Leave A Reply

Your email address will not be published.