ମୋ ଭାଷଣ କାହିଁକି କାଟିଲ ? ରାହୁଲ ଗାନ୍ଧିଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦରେ ଦେଇଥିବା ବୟାନର କେତେକ ଆପତ୍ତିଜନକ ଅଂଶକୁ ସଂସଦର ରେକର୍ଡରୁ କାଟିଦିଆଯିବାକୁ ନେଇ ବିବାଦ ଦେଖାଦେଇଛି । ଏ ନେଇ ଅସନ୍ତୋଷ ପ୍ରକାଶ କରି ରାହୁଲ ପ୍ରଶ୍ନ କରିଛନ୍ତି ଯେ ତାଙ୍କର ଭାଷଣକୁ କାହିଁକି କଟାଗଲା ?
ବୁଧବାରଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ସମୟରେ ସଂସଦରେ ପ୍ରବେଶ କରିବା ସମୟରେ ସାମ୍ବାଦିକମାନେ ରାହୁଲ ଗାନ୍ଧୀଙ୍କୁ ଏକ ପ୍ରଶ୍ନ ପଚାରିବାରୁ ସେ ପ୍ରଶ୍ନ କରିଥିଲେ, “ମୋ କଥା କାହିଁକି ହଟାଇ ଦିଆଗଲା ?
“ମୁଁ ତାଙ୍କୁ ସରଳ ପ୍ରଶ୍ନ ପଚାରିଥିଲି (ଗୌତମ ଆଦାନୀଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ)। ସେ ଏହାର ଉତ୍ତର ଦେଇନଥିଲେ… ଏହା ସତ୍ୟକୁ ପଦାରେ ପକାଇଥାଏ। ଯଦି ସେମାନେ ବନ୍ଧୁ ନଥାନ୍ତେ, ତେବେ ସେମାନେ ତଦନ୍ତ ପାଇଁ ରାଜି ହୋଇଥାନ୍ତେ । ପ୍ରତିରକ୍ଷା କ୍ଷେତ୍ରରେ ସେଲ୍ କଂପାନିଗୁଡ଼ିକର ଅଭିଯୋଗ ଉପରେ ସେ କିଛି କହିନାହାନ୍ତି ।

ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି। ଏହା ଜାତୀୟ ନିରାପତ୍ତା ଏବଂ ଭିତ୍ତିଭୂମିର ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ‘ଆମେ ଏହାର ତଦନ୍ତ କରାଇବୁ’ ବୋଲି କହିବା କଥା, କିନ୍ତୁ ସେ ତାହା କରିନଥିଲେ ବୋଲି ରାହୁଲ କହିଛନ୍ତି ।

nis-ad
Leave A Reply

Your email address will not be published.