ଗାଜିଆବାଦ କୋର୍ଟ ପରିସରରେ ପଶିଲା ବାଘ; ୨ ଓକିଲଙ୍କ ସମେତ ୫ଜଣଙ୍କୁ କଲା ଆକ୍ରମଣ

ଗାଜିଆବାଦ: ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଉତ୍ତରପ୍ରଦେଶର ଗାଜିଆବାଦ କୋର୍ଟ ପରିସରରେ ପ୍ରବେଶ କରିଥିଲା। ବାଘଟି ପୁରୁଣା ବିଲଡିଂ ନିକଟରେ ଦୁଇ ଜଣ ଓକିଲ ଓ ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ୫ ଜଣଙ୍କୁ ଆକ୍ରମଣ କରିଥିଲା।
ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଯେ ଚିତାବାଘଟି କୋର୍ଟ କମ୍ପ୍ଲେକ୍ସ ଭିତରେ ଥିବା ଏକ ଫାଟକ ପଛରେ ଠିଆ ହୋଇ ପୋଲିସ୍ ଓ ଆଇନଜୀବୀଙ୍କୁ ଅନାଇଥିବାର ନଜର ଆସିଛି। ଏହି ଆକ୍ରମଣ ପରେ ଚିତାବାଘଟି ଫାଶରେ ପଡିଛି ନା କୋର୍ଟ କମ୍ପ୍ଲେକ୍ସରେ ମୁକ୍ତ ବୁଲୁଛି ତାହା ସ୍ପଷ୍ଟ ହୋଇନାହିଁ।

nis-ad
Leave A Reply

Your email address will not be published.