୫୦୦ ବର୍ଷର ପ୍ୟାଲେସ୍‌ରେ ବାହା ହେବେ ସ୍ମୃତି ଇରାନୀଙ୍କ ଝିଅ

ନୂଆଦିଲ୍ଲୀ : ବାହା ହେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ। ହାତକୁ ଦି ହାତ ହେବେ ଶଲେନ ଇରାନୀ। ଝିଅକୁ ରାଜକୁମାରୀ ଭଳି ବିଦା କରିବାକୁ ପ୍ରସ୍ତୁତ ହୋଇଛନ୍ତି ମା’ ସ୍ମୃତି। ଏଥିପାଇଁ ସଜେଇ ହୋଇଛି ୫୦୦ ବର୍ଷର ପୁରୁଣା ପ୍ୟାଲେସ। ସିଦ୍ଧାର୍ଥ ଓ କିଆରାଙ୍କ ପରେ ରାଜସ୍ଥାନରେ ରାଜକୀୟ ବିବାହ କରିବାକୁ ଯାଉଛନ୍ତି ସ୍ମୃତିଙ୍କ ବଡ଼ ଝିଅ।
ଆସନ୍ତାକାଲି ଶଲେନ ଇରାନୀ ଓ ଅର୍ଜୁନ ଭଲ୍ଲାଙ୍କ ପଡିବ ହାତଗଣ୍ଠି। ରାଜକୀୟ ଢ଼ଙ୍ଗରେ ନେବେ ସାତଫେରା। ଏଥିପାଇଁ ସଜେଇ ହୋଇଛି ଜୋଧପୁରର ୫୦୦ ପୁରୁଣା ପ୍ୟାଲେସ। ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଖିମସର ଦୁର୍ଗ। ୭ ତାରିଖରୁ ଆରମ୍ଭ ହୋଇଥିବା ବିବାହ ଉତ୍ସବ ଫେବ୍ରୁଆରୀ ୯ ଯାଏଁ ଚାଲିବ।

nis-ad
Leave A Reply

Your email address will not be published.