ରାମଚଣ୍ଡୀ ମନ୍ଦିରରେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ ହୋଇଛି…

ଛତ୍ରପୁର : ଛତ୍ରପୁର ନିକଟରେ ଅବସ୍ଥାପିତ ପୁରାଣପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀଙ୍କ ନୂତନମନ୍ଦିର,ପ୍ରାସାଦ ଏବଂ ପାର୍ଶ୍ଵ ଦେବା ଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ ହୋଇଛି । ମନ୍ଦିର କମିଟୀ, ସେବକ, ଭକ୍ତଙ୍କ ଉଦ୍ୟମରେ ଦୀର୍ଘଦିନର ଅହରହ ସଂଗ୍ରାମ ପରେ ନିର୍ଦ୍ଧାରଣ ହୋଇଥିବା ଯଜ୍ଞାନୁଷ୍ଠାନ ମହୋତ୍ସବ ମଙ୍ଗଳବାର ପୂର୍ବାହ୍ନରୁ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ’ ଜିଲ୍ଲା ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂର ଅର୍ଥାତ ଗଞ୍ଜାମବ୍ଲକ ଅନ୍ତର୍ଗତ କରପଡା ଗ୍ରାମପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ଧଡ଼ା-ପାହାଡ଼ ଶୀର୍ଷ ସ୍ଥାନରେ ମା’ ରାମଚଣ୍ଡୀ ଙ୍କ ପୀଠ ବିଦ୍ୟମାନ ।


ମଙ୍ଗଳବାର ପୂର୍ବାହ୍ନରୁ ରାମଚଣ୍ଡୀଙ୍କ ପୀଠ ରେ ଗହଳ ଚହଳ ଆରମ୍ଭ ହୋଇଛି । ଏହି ନୂତନମନ୍ଦିର ପ୍ରତିଷ୍ଠା ନିମନ୍ତେ ଯଜ୍ଞାନୁଷ୍ଠାନ କର୍ମାରମ୍ଭ ହୋଇଛି । ପୂଣ୍ୟତ୍ତୋୟା ଋଷିକୂଲ୍ୟାତଟରେ ଅବସ୍ଥାନ କରିଥିବା ମା’ଙ୍କର ମନ୍ଦିର ପ୍ରତିଷ୍ଠା ଯଜ୍ଞାନୁଷ୍ଠାନ ମହୋତ୍ସବ ଲାଗି ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମଙ୍ଗଳବାର ପୂର୍ବାହ୍ଣରେ ସଧବାମହିଳାମାନଙ୍କ ଦ୍ଵାରା ୧ହଜାର କଳସରେ ଜଳଯାତ୍ରା ଅନୁଷ୍ଠିତ ହୋଇ ଜଳ ଲାଗି ହୋଇଛି । ପରେ ଦୀକ୍ଷାଗ୍ରହଣ, ମଣ୍ଡଳକରଣ,ରାତ୍ରୀକାଳୀନ ୭ଘଣ୍ଟା ୩୦ମିନଟରେ ଅଙ୍କୁରାରୋପଣ ସମାହିତ ହୋଇଛି ।
ପାହାଡ଼ ତଳ ଠାରୁ ଶୀର୍ଷ ସ୍ଥାନ ଯାଏଁ ସୁନ୍ଦର ଆଲୋକୀକରଣ, ସାଜସଜ୍ଜା ହୋଇଛି । ବୁଧବାର ପ୍ରାତଃକାଳରୁ ନାମଯଜ୍ଞ, ଘୃତଯଜ୍ଞ,ଅନ୍ନଯଜ୍ଞ ଚତୁଃବେଦ ନୀତିକ୍ରାନ୍ତି ସହ ପ୍ରଚଳନ ହେଉଅଛି । ଦେବୀଙ୍କ ଠାରେ ଯଜ୍ଞାନୁଷ୍ଠାନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷାବ୍ୟବସ୍ଥା, ବିବିଧ ବନ୍ଦୋବସ୍ତ କରାଯାଇଛି ।

nis-ad
Leave A Reply

Your email address will not be published.