ଝାରସୁଗୁଡ଼ା ଗଲେ ଜଷ୍ଟିସ ଜେ.ପି.ଦାସ, ନବ ଦାସ ହତ୍ୟା ମାମଲା ତଦନ୍ତର କରିବେ ତଦାରଖ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ତଦନ୍ତ ତଦାରଖ କରିବା ପାଇଁ ଜଷ୍ଟିସ ଜେପି ଦାସ ଝାରସୁଗୁଡ଼ା ଯାଇଛନ୍ତି। ଭୁବନେଶ୍ବର ଏୟାରପୋର୍ଟରୁ ଝାରସୁଗୁଡ଼ା  ଯାଇଛନ୍ତି। ଏୟାରପୋର୍ଟରେ ଗଣମାଧ୍ୟମକୁ ଜଷ୍ଟିସ ଜେପି ଦାସଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ଘଟଣାସ୍ଥଳ ଯିବେ। ତଦନ୍ତ ନେଇ ବିରୋଧୀ ଉଠାଇଥିବା ପ୍ରଶ୍ନ ଉପରେ ଜଷ୍ଟିସ ଜେପି ଦାସଙ୍କ ପ୍ରତିକ୍ରିୟା ରଖି ସେମାନେ ଏପରି କହିବେ ବୋଲି ପ୍ରକାଶ କରିଛନ୍ତି।

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଜେପି ଦାସ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ କାର୍ଯ୍ୟ ତଦାରଖ କରିବେ ପାଇଁ ଝାରସୁଗୁଡ଼ା ଗସ୍ତରେ ଯାଇଛନ୍ତି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ରାଜ୍ୟ ସରକାର ଏହାର ନିରପେକ୍ଷ ତଦାରଖ ନେଇ ଜଣେ ବିଚାରପତିଙ୍କ ନାମ ସୁପାରିଶ କରିବା ଲାଗି ହାଇକୋର୍ଟକୁ ଅନୁରୋଧ କରି ପତ୍ର ଲେଖିଥିଲେ ଏବଂ ଏହାର ତଦନ୍ତ ତଦାରଖ ପାଇଁ ଜଷ୍ଟିସ ଜେପି ଦାସଙ୍କ ନାମ ମନୋନୀତ କରାଯାଇଥିଲେ।

nis-ad
Leave A Reply

Your email address will not be published.