ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲା ଆଫତାବ, ହାଡ଼ ସବୁକୁ ପଥର ଗ୍ରାଇଣ୍ଡରରେ ପାଉଡର କରି ନଷ୍ଟ କରଥିଲା; ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ: ଆଫତାବ ପୁନାଓ୍ଵାଲା ନିଜ ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ଵାଲକରଙ୍କୁ ହତ୍ୟା କଲାପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡରେ କାଟି ପଲିଥିନ୍‌ ବ୍ୟାଗ୍‌ରେ ପୂରାଇ ଫ୍ରିଜ୍‌ରେ ରଖିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ମୃତ ଶରୀରର ହାଡ଼ଗୁଡ଼ିକୁ ଏକ ପଥର ଗ୍ରାଇଣ୍ଡର ସାହାଯ୍ୟରେ ପାଉଡର କରି ନଷ୍ଟ କରି ଦେଇଥିଲା। ମୃତା ଶ୍ରଦ୍ଧାଙ୍କ ମୁଣ୍ଡର ଶେଷ ଖଣ୍ଡ ମଧ୍ୟରୁ ଗୋଟିଏ ଥିଲା, ଯାହାକୁ ସେ ତିନି ମାସ ପରେ ଫିଙ୍ଗି ଦେଇଥିଲେ ବୋଲି ଦିଲ୍ଲୀ ପୁଲିସ ଦାବି କରିଛି। ଏହି ନାରକୀୟ ହତ୍ୟାକାଣ୍ଡ ସଂପର୍କରେ ଦିଲ୍ଲୀ ପୁଲିସ କୋର୍ଟରେ ଦାଖଲ କରିଥିବା ୬୬୦୦ ପୃଷ୍ଠାର ଚାର୍ଜସିଟ୍‌ରେ ଅନେକ ଭୟାନକ ଓ ଚାଞ୍ଚଲ୍ୟକର ତଥ୍ୟ ରହିଛି। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ପୁନାଓ୍ଵାଲା ଜୋମାଟୋରୁ ମଗାଇଥିବା ଚିକେନ୍‌ ରୋଲ୍‌ ଭୋଜନ କରିଥିଲା।
ଶ୍ରଦ୍ଧା ଓ୍ଵାଲକର ଏବଂ ଆଫତାବ ପୁନାଓ୍ଵାଲା ଗତ ବର୍ଷ ମେ ମାସରେ ଦିଲ୍ଲୀ ଆସିଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ତିକ୍ତ ହୋଇ ପଡ଼ିଥିଲା। ଅଫତାବ ପୁନାଓ୍ଵାଲାଙ୍କ ଅନେକ ଗର୍ଲଫ୍ରେଣ୍ଡ ରହିଥିବା ଏବଂ ସେମାନଙ୍କ ପଛରେ ସେ ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।
ପରବର୍ତ୍ତୀ ସମୟରେ ମେ’ ୧୮ ତାରିଖରେ ଦୁହେଁ ମୁମ୍ବାଇ ଯିବାକୁ ଯୋଜନା କରିଥିଲେ, କିନ୍ତୁ ହଠାତ୍‌ ଆଫତାବ ପୁନାଓ୍ଵାଲା ଟିକେଟ୍‌ ବାତିଲ କରିଦେଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଶୀର୍ଷରେ ପହଞ୍ଚିଥିଲା ଏବଂ ପୁନାଓ୍ଵାଲା ତାଙ୍କ ଗଳା କାଟି ଦେଇଥିଲେ। ଚାର୍ଜସଟ୍‌ରେ କୁହାଯାଇଛି ଯେ ପୁନାଓ୍ଵାଲା ପ୍ରଥମେ ମୃତଦେହକୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପ୍ୟାକିଂ କରି ଫୋପାଡ଼ି ଦେବାକୁ ଚିନ୍ତା କରିଥିଲେ। ଏପରିକି ଏଥିପାଇଁ ସେ ଏକ ବ୍ୟାଗ୍‌ ମଧ୍ୟ କିଣିଥିଲେ, କିନ୍ତୁ ପରେ ଧରା ପଡ଼ିଯିବେ ବୋଲି ଭାବି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲ।
ଶେଷରେ ସେ ମୃତଦେହକୁ କାଟିବାକୁ ସ୍ଥିର କରି ଗୋଟିଏ କରତ, ଗୋଟିଏ ହାତୁଡ଼ି ଓ ତିନିଟି ଛୁରୀ କିଣିଥିଲେ। ମୃତ ଦେହକୁ ୩୫ ଖଣ୍ଡରେ କାଟି ମୃତଦେହକୁ ପଲିଥିନ୍‌ ବ୍ୟାଗ୍‌ରେ ପ୍ୟାକ କରି ଫ୍ରିଜ୍‌ରେ ରଖିଥିଲେ। ପୁନାଓ୍ଵାଲାଙ୍କ ପାଖକୁ ଯେତେବେଳେ ବି ତାଙ୍କର କୌଣସି ଗର୍ଲଫ୍ରେଣ୍ଡ ଆସନ୍ତି ସେତେବେଳେ ପଲିଥିନ୍‌ ବ୍ୟାଗ୍‌ଗୁଡ଼ିକୁ ଫ୍ରିଜରୁ ବାହାର କରି ରୋଷେଇ ଘରେ ରଖୁଥିଲେ।
ପୁନାଓ୍ଵାଲା ଶ୍ରଦ୍ଧାଙ୍କ ମୋବାଇଲ ଫୋନ୍‌କୁ ନିଜ ପାଖରେ ରଖିଥିବା ଗୁଗୁଲ୍‌ ତଥ୍ୟରୁ ଜଣାପଡ଼ିଥିଲା। ମେ’ ୧୮ ତାରିଖ ପରେ ଶ୍ରଦ୍ଧାଙ୍କ ଫୋନ୍‌ରୁ ତାଙ୍କ ଆକାଉଣ୍ଟ ଚାଲୁଥିଲା। ଚାର୍ଜସଟ୍‌ରେ କୁହାଯାଇଛି ଯେ ପରେ ସେ ତାଙ୍କ ମୋବାଇଲ୍‌ ଫୋନ୍‌ ଏବଂ ତାଙ୍କ ଲିପଷ୍ଟିକ୍‌କୁ ମୁମ୍ବାଇରେ ଫୋପାଡ଼ି ଦେଇଥିଲେ। ଶ୍ରଦ୍ଧାଙ୍କ ମୃତଦେହର ୨୦ଖଣ୍ଡରୁ କମ୍‌ ଅଂଶ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ମୁଣ୍ଡ ଉଦ୍ଧାର ହୋଇନାହିଁ।

nis-ad
Leave A Reply

Your email address will not be published.