ତୁର୍କୀରେ ବିରଳ ପ୍ରକାରର ଭୂମିକମ୍ପ : ୨ ଦିନରେ ୫ଟି ବଡ଼ ଭୂମିକମ୍ପ, ୧୦୦ରୁ ଅଧିକ ମୃଦୁ ଭୂମିକମ୍ପ

ଇସ୍ତାନବୁଲ : ତୁର୍କୀରେ ଯେପରି ଭୂମିକମ୍ପ ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ପୂର୍ବରୁ ଅନେକ ବିନାଶକାରୀ ଭୂମିକମ୍ପ ହୋଇଛି, କିନ୍ତୁ ବାରମ୍ବାର ଏତେ ଥର ଭୂମିକମ୍ପ ହେବ ସମଗ୍ର ବିଶ୍ବରେ ବିରଳ ବୋଲି କୁହାଯାଉଛି । କାରଣ ସୋମବାର ଭୋର ୪ଟା ବେଳେ ଆସିଥିବା ୭.୮ ତୀବ୍ରତାର ପ୍ରଥମ ଭୂମିକମ୍ପ ପରେ ଆଉ ୪ ଥର ଭୂମିକମ୍ପ ଆସି ସାରିଲାଣି । କେବଳ ସେତିକି ନୁହେଁ, ତୁର୍କୀରେ ୧୦୦ରୁ ଅଧିକ ଥର ମୃଦୁ ଭୂମିକମ୍ପ ବା ଆଫଟର ସକ୍ ଆସିସାରିଲାଣି ।
ଏହି ଭୂମିକମ୍ପ ଫଳରେ ତୁର୍କୀ ଓ ପଡ଼ୋଶୀ ସିରିଆରେ ସବୁକିଛି ନଷ୍ଟ ହୋଇଯାଇଛି। ଏଥିରେ ୫ହଜାର ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଭୂମିକମ୍ପରେ ହଜାର ହଜାର କୋଠାଘର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଅଂଚଳରେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାରକାରୀ ମାନେ ଖୋଜୁଥିବାରୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଏହା ପରେ ମଧ୍ୟ ତୁର୍କୀରେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଏହି ଶକ୍ତିଶାଳୀ ଭୂମିକମ୍ପ ପରଠାରୁ ୧୦୦ରୁ ଅଧିକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏଠାରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭୂମିକମ୍ପର ଆସୁଥିବା ଭିଡିଓ ଓ ଫଟୋଗୁଡ଼ିକୁ ଦେଖିଲେ ଆପଣ ଅନୁମାନ କରିପାରିବେ ଯେ ଏହି ବିପର୍ଯ୍ୟୟ କେତେ ବଡ଼ ଥିଲା।

nis-ad
Leave A Reply

Your email address will not be published.