ହିଞ୍ଜିଳିକାଟୁରେ ସିନିୟର ଡିଭିଜନ ସିଭିଲ କୋର୍ଟ ଲୋକାର୍ପିତ…

ହିଞ୍ଜିଳିକାଟୁ,୬।୨ : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ଠାରେଥିବା ଜେ ଏମ ଏଫ ସି କୋର୍ଟ ପରିସରରେ ସୋମବାର ପୂର୍ବାହ୍ନରେ ରେ ସିନିୟର ଡିଭିଜନ ସିଭିଲ କୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ ମୁରଲୀଧର, ଜର୍ଜ ହାଇକୋର୍ଟ ଡଃ ଜଷ୍ଟିସ ବି ଆର ସାରଙ୍ଗୀ ହିଞ୍ଜିଳିକାଟୁ ଠାରେ ଭିଡିଓ କନଫେରନ୍ସି ମାଧ୍ୟମରେ ଅଞ୍ଚଳବାସୀଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁ ଜେ ଏମ ଏଫ ସି କୋର୍ଟ ପରିସରରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଙ୍କ ଵ୍ୟକ୍ତିଗତ ସଚିବ ତଥା ୫ ଟି ସଚିଵ ଭି କାର୍ତିକେୟ ପାଣ୍ଡିଆନ ହିଞ୍ଜିଳିକାଟୁ ରେ ଖୋଲିବା ନେଇ ସାମ୍ୟକ ସୁଚନା ପ୍ରଦାନ କରିଥିଲେ। ଏହି ସିନିୟର ଡିଭିଜନ ସିଭିଲ କୋର୍ଟ ଅଞ୍ଚଳ ଜୁନିଅର ଡିଭିଜନ କୋର୍ଟର କ୍ଷେତ୍ରାଧିକାର ସହ ସମାନ ରହିବ ବୋଲି ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମତ ଦେଇଥିଲେ। ଏହି ଅବସରରେ ଜିଲ୍ଲା ଜର୍ଜ ଆନନ୍ଦ ଚନ୍ଦ୍ର ଵେହେରା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦିପ୍ତୀ ମୟୀ ସାହୁ, ନୁତନ ସଵ ଜର୍ଜ ଅବକାଶ ଚୌଧୁରୀ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଯୋଗଦେଇ ହିଞ୍ଜିଳିକାଟୁ ଜେ ଏମ ଏଫ ସି କୋର୍ଟ ପରିସରରେ ନୂତନ କୋର୍ଟ କୋଠାକୁ ଆନୁଷ୍ଠାନିକ ଭାବେ ଅଞ୍ଚଳବାସୀଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରିଛନ୍ତି। ସାଧାରଣ ଲୋକଙ୍କ ନ୍ୟାୟ ଵ୍ୟବସ୍ଥାକୁ ସୁଦୃଢ଼ କରିବା ସହ ତ୍ୟୁରିତ ନ୍ୟାୟ ପ୍ରଦାନ ହେବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ଓଡିଶା ମୋ ପରିବାର ସମ୍ପାଦକ ତଥା ଆସିକା ସଂସଦ ଙ୍କ ପ୍ରତିନିଧି ନିଳମଣୀ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ପ୍ୟାରୀମୋହନ ପାଢି ଓଡିଶା କୃଷି ବିପଣନ ଵୋର୍ଡ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ବିଜେଡି ନେତା ଡି ବିଶ୍ୱନାଥ, ୬୭ ନଂ ଜିଲ୍ଲାପରିଷଦ ସଭ୍ୟା ଵାଇ ଗିତାଞଳି, ୬୮ ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ୬୯ ଜିଲ୍ଲାପରିଷଦ ସଭ୍ୟା ପ୍ରିତି ସାହୁ, ଵିଜେଡି ନେତା ଅଜୟ କୁମାର ମହାରଣା, କାଉନସିଲର ବସନ୍ତ ଵେହେରା,ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, କାଉନସୀଲର ବିଭୁ ପ୍ରସାଦ ପଣ୍ଡା, ସରକାରୀ ଓକିଲ ପି ନରସିଂହ ପାତ୍ର,ଓକିଲ ସଂଘ ସଭାପତି ଦୀତିକୃଷ୍ଟ ସାବତ, ସମ୍ପାଦକ ଶିଵରାମ ପଣ୍ଡା, ଓକିଲ ରାମଚନ୍ଦ୍ର ମହାପାତ୍ର, ମୁକ୍ତିରାମ ସାବତ, ନିରଞ୍ଜନ ସାହୁ, ଜିତେନ କୁମାର ପ୍ରହରାଜ, ଶୁସାନ୍ତ ପାଣିଗ୍ରାହୀ, ଶାନ୍ତୁନୁ କୁମାର ପଲେଇ, ସୁରେନ୍ଦ୍ର ପାଣିଗ୍ରାହୀ,ପ୍ରଭାତ କୁମାର ସାହୁ, ଉମେଶ ଚନ୍ଦ୍ର ସାହୁ ଙ୍କ ସହ କୋର୍ଟ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସିନିୟର୍‌ ଡିଭିଜନ ସିଭିଲ କୋର୍ଟ ପ୍ରତିଷ୍ଠା ହେବା ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦଓ୍ବୋନୀ ମାମଲାଗୁଡ଼ିକ ନିଜ ଅଞ୍ଚଳରେ ତ୍ୱରାନ୍ବିତ ନ୍ୟାୟ ପ୍ରଦାନ ହେବ ବୋଲି ଓକିଲ ସଂଘ ପକ୍ଷରୁ ଆଶା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.