ଅବସରପ୍ରାପ୍ତ ପ୍ରଫେସରଙ୍କ ଘରୁ ଚୋରି ଘଟଣା, ନାବାଳକଙ୍କ ସମେତ ଦୁଇ ଗିରଫ…

ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ୍‌ନଗର ୫ମ ଲାଇନ ସଂପ୍ରସାରଣ ସାହିରେ ରହୁଥିବା ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ପାତ୍ରଙ୍କ ତାଲା ବନ୍ଦ ଘରୁ ଚୋର ଘଟଣାରେ ପୁଲିସ ନାବାଳକଙ୍କ ସମେତ ଦୁଇ ଚୋରକୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ଜଗବନ୍ଧୁ ସାହିର ରୋଶନ ଖଟେଇ ଅନ୍ୟ ଜଣେ ନାବାଳକ । ଗିରଫ ଯୁବକ ରୋସନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ଜୁଭେନାଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ହଜାର କରାଯାଇଛି। ସେମାନଙ୍କ ନିକଟରୁ ୪୫୦ଗ୍ରାମ ରୂପାର ଭଗବାନଙ୍କ ପ୍ରତିକୃତି,ଦୁଇଟି ମୋଟର ସାକେଲରେ , ନଗଦ ୧୫୦ଟଙ୍କା ଜବତ କରିଛି ପୁଲିସ । ମିଳିଥିବା ସୂଚନା ପ୍ରକାରେ ଗତ ୨ ତାରିଖରେ ଉପରୋକ୍ତ ଦୁଇ ଚୋର ରାଜେନ୍ଦ୍ରଙ୍କ ବାରି କବାଟ ଭାଙ୍ଗି ଘର ଭିତରେ ପସିଥିଲେ। ଘର ଭିତରେ ଥିବା ଦୁଇ ରୁପା ନିର୍ମିତ ଠାକୁରଙ୍କ ପ୍ରତିକୃତି ସହ ଆଲମିରାରେ ଥିବା ରୂପା ଓ କିଛି ଟଙ୍କା, ଏକ ହଣ୍ଡା ସ୍କୁଟି ଚୋରି କରି ନେଇଥିବା ନେଇ ସେ ବଡ଼ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପୁଲିସ ଘଟଣା ସ୍ଥଳେ ପହଞ୍ଚି ଆଖପାଖରେ ଲାଗିଥିବା ସିସି ଟିଭି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଉପରୋକ୍ତ ଦୁଇ ଚୋରଙ୍କୁ ପୁଲିସ ଚିହ୍ନଟ କରି କାବୁ କରିଥିଲା । ନାବାଳକଙ୍କ ନାମରେ ଅପରାଧୀ, ଚୋରି, ଡକାୟତି ଭଳି ୧୭ଟି ମାମଲା ରହିଥିବା ବେଳେ ,ଅଭିଯୁକ୍ତ ରୋଶନଙ୍କ ନାମରେ ୪ମାମଲା ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି । ଆଜି ଅଭିଯୁକ୍ତ ରୋସନକୁ ୩୩/୨୩ରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.