ବନ୍ଧକ ଟଙ୍କାରେ ଅନ୍‌ଲାଇନ୍‌ ଗେମ୍‌ ଖେଳ…

ବ୍ରହ୍ମପୁର : ବ୍ରହ୍ମପୁର ସାନବଜାରସ୍ଥିତ ଏକ ଜୁଏଲେରୀରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇ ଥିବା ନେଇ ବଡବଜାର ଥାନାରେ ଶୋ’ରୁମର ମ୍ୟାନେଜର ମନମୋହନ ବାରିକ ଶନିବାର ଅଭିଯୋଗ କରିଛନ୍ତି। ପୋଲିସ ନଂ. ୩୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ପାତ୍ର ଉକ୍ତ ଅଳଙ୍କାର ନେଇ ଅନ୍ୟ ଏକ ବ୍ୟାଙ୍କରେ ବନ୍ଧକ ରଖି ୧୯ ଲକ୍ଷ ଟଙ୍କାର ଋଣ ଉଠାଣ କରିବା ପରେ ସେହି ଟଙ୍କାରେ ଅନ୍‌ଲାଇନ ଗେମ ଖେଳିଥିବା ତଦନ୍ତରୁ ଜଣାପଡ଼ିଛି।
ଯେ, ଜୁଏଲେରୀରେ ବ୍ରଜନଗରର ୩ୟ ଲାଇନର ସୀମାଞ୍ଚଳ ବହୁ ବର୍ଷ ହେବ ଅସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଗତ କିଛି ଦିନ ତଳେ ସେ କେତେକ ଗ୍ରାହକଙ୍କ ଘରକୁ ଅଳଙ୍କାର ବିକ୍ରି କରିବାକୁ ନେଉଛି କହି ଶୋ’ରୁମରୁ ୫୨୨.୯ ଗ୍ରାମର ଅଳଙ୍କାର ନେଇଥିଲେ। ଯାହାର ଅନୁମକାନିକ ମୂଲ୍ୟ ୩୩ ଲକ୍ଷ ୩୮ ହଜାର ଟଙ୍କା ହେବ। ହେଲେ ସୀମାଞ୍ଚଳ ଏହି ସବୁ ଅଳଙ୍କାର ଧରି ଶୋ’ରୁମରୁ ଗ୍ରାହକଙ୍କୁ ବିକ୍ରି ନ କରି ମଣପୁରମ୍‌ ଗୋଲ୍ଡ ଲୋନ କାର୍ଯ୍ୟାଳୟରେ ତାକୁ ବନ୍ଧକ ରଖି ୧୯ ଲକ୍ଷ ୭୦ ହଜାର ଋଣ ଉଠାଇ ନେଇଥିଲେ। ଆଉ ସେହି ଟଙ୍କାରେ ସେ ଅନ୍‌ଲାଇନ ଗେମ ଖେଳିଥିଲେ। କିଛି ଦିନ ପରେ ଷ୍ଟକ ଯାଞ୍ଚ ବେଳେ ଉପରୋକ୍ତ ପରିମାଣର ସୁନା ଅଳଙ୍କାର ନ ଥିଲା। ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଗ୍ରାହକଙ୍କୁ ବିକିବାକୁ ନେଇଥିବା ଅଳଙ୍କାର ସେ ବାବଦ ଟଙ୍କା ସୋ’ରୁମରେ ଦାଖଲ କରାଯାଇ ନ ଥିବା ଜଣାପଡ଼ିଥିଲା। ଏ ନେଇ ତାଙ୍କୁ ପଚରାଉଚରା ପରେ ସେ ଠିକ ଉତ୍ତର ଦେଇନଥିଲେ। ଅଧିକ ପରେ ସେ ସୁନା ନେଇ ଋଣ ଉଠାଇଥିବା କହିଥିଲେ। ପରେ ତାଙ୍କ ବିରୋଧରେ ଏତଲା ଦିଆଯାଇଛି ।

nis-ad
Leave A Reply

Your email address will not be published.