ନବବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

ସାଲେପୁର: ପ୍ରେମ ବିବାହର ୭ମାସ ନ ପୂରୁଣୁ ଜଣେ ନବବଧୂର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ନବବଧୂ ପରିବାର ପକ୍ଷରୁ ଅଧିକ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ସାଲେପୁର ପୁଲିସ ଏହି ଘଟଣାରେ ନବବଧୂର ଶ୍ୱଶୁରଙ୍କୁ ଥାନାରେ ଅଟକ ରଖିଥିବାବେଳେ ସ୍ୱାମୀ ଓ ଶାଶୁ ଫେରାର୍ ଥିବା ଜଣାପଡ଼ିଛି । ଅପରପକ୍ଷରେ ମୃତ ନବବଧୂର ଶବକୁ ଶାଶୁଘର ଅଗଣାରେ କବର ଦେବାପାଇଁ ନବବଧୂର ଗ୍ରାମବାସୀମାନେ ଜିଦ୍‌ଧରି ବସିଥିବାବେଳେ ସେଠାରେ ଏକ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଆଖିଆଗରେ ରଖି ୩ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଏସ୍‌.ଡି.ପି.ଓ. ଏବଂ ଆଇ.ଆଇ.ସି. ଘଟଣାସ୍ଥଳରେ ଉପସ୍ଥିତ ରହି ତୀକ୍ଷ୍‌ଣ ନଜର ରଖିଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଗୁଆଳିପୁର ଗ୍ରାମର ସେଖ୍ ରିୟାଜଙ୍କ ଝିଅ ସୁମେୟା ପରୱିନ୍‌ଙ୍କୁ ଉକ୍ତ ଗ୍ରାମର ସୟଦ ଆଜାଦ୍ ୭ମାସ ତଳେ ପ୍ରେମବିବାହ କରିଥିଲେ । ବିବାହର ୧ମାସ ପରେ ସୁମେୟାଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଗୁରୁବାର ମଧ୍ୟାହ୍ନ ୨ଟା ବେଳେ ସୁମେୟା ତାଙ୍କ ମା’ ସହ କଥା ହୋଇଥିବାବେଳେ ୩ଟା ବେଳେ ସୁମେୟାଙ୍କ ସ୍ୱାମୀ ଆଜାଦ୍ ଫୋନ୍ ଯୋଗେ ତମ ଝିଅ ମରିଯାଇଛି ବୋଲି ଖବର ଦେଇଥିଲେ । ସୁମେୟାଙ୍କ ପରିବାର ଲୋକ ପହଞ୍ôଚବା ପରେ ଶାଶୁଘରେ ପୂରାଇ ଦେଇନଥିଲେ । ପରେ ସୁମେୟାଙ୍କ ବାପା ଗ୍ରାମବାସୀଙ୍କ ସହ ସାଲେପୁର ଥାନାରେ ପହଞ୍ôଚ ତାଙ୍କ ଝିଅକୁ ଅଧିକ ଯୌତୁକ ପାଇଁ ତା’ ଶାଶୁ, ଶ୍ୱଶୁର ଓ ସ୍ୱାମୀ ମିଶି ହତ୍ୟାକରି ଆତ୍ମହତ୍ୟା ରୂପ ଦେଉଥିବା ନେଇ ଅଭିଯୋଗ କରିଥିଲେ ।

ସାଲେପୁର ପୁଲିସ ଏକ ମାମଲା ରୁଜୁକରି ମୃତ ନବବଧୂର ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ନବବଧୂର ମୃତଦେହ ବ୍ୟବଚ୍ଛେଦ ପରେ ତା’ ଶାଶୁଘର ଅଗଣାରେ ଜୋର୍ ଜବରଦସ୍ତ କବର ଦେବାପାଇଁ ଜିଦ୍ ଧରିଥିବାରୁ ସେଠାରେ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ ଫୋର୍ସ, ତହସିଲଦାର ଶିବ ମଲ୍ଲିକ, ଏସ୍‌ଡିପିଓ ବିମଳ ବାରିକ ଓ ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକଙ୍କ ସମେତ ବହୁ ପୁଲିସ ଅଧିକାରୀ ବୁଝାସୁଝା କରିବା ସହ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.