ଆତଙ୍କବାଦୀଙ୍କ ଜରିଆରେ ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରୁଛି ପାକିସ୍ତାନ…

ପାକିସ୍ତାନ: ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଠାରେ ଦିନକୁ ଦିନ ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦରଦାମ୍ ବୃଦ୍ଧି ହେତୁ ଦେଶରେ ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ବି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ଷଡ଼ଯନ୍ତ୍ର କରିବାକୁ ପଛାଉ ନାହିଁ।
ପାକିସ୍ତାନ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥିପାଇଁ ପାକିସ୍ତାନର ଗୁଇନ୍ଦ‌ା ଏଜେନ୍ସି ଏଏସଆଇ ଆତଙ୍କବାଦୀଙ୍କୁ ଭର୍ତ୍ତି ବି କରୁଛି। ଏଥିରେ ଭର୍ତ୍ତି ହୋଇଥିବା ଯୁବକମାନଙ୍କୁ ଯେଉଁମାନେ ନିର୍ଦେଶ ଦେଉଛନ୍ତି ସେମାନେ ବି ପାକିସ୍ତାନର ରହିଥିବା କୁହାଯାଉଛି। ଏସବୁ ସୂଚନା ଏନଆଇଏ(ଜାତୀୟ ଗୁଇନ୍ଦା ଏଜେନ୍ସି)ର ଏଫଆଇଆରରୁ ଜଣାପଡ଼ିଛି।
ଜାତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ପ୍ରକାଶ, ହାଇଦ୍ରାବାଦରେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଯୋଜନାର ମାଷ୍ଟରମାଇଣ୍ଡ ଅବ୍ଦୁଲ ଜାହିଦ ହାଇଦ୍ରାବାଦରେ ଆତଙ୍କବାଦୀ ସହିତ ଜଡ଼ିତ ଅନେକ ଘଟଣାରେ ସାମିଲ ଥିବା ଅଭିଯୋଗ ହୋଇଛି। ଅବ୍ଦୁଲ ଜାହିଦ ଠାରୁ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି।

ଏଥିସହିତ ଅବ୍ଦୁଲ ଜାହିଦ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ବି ଆସିଛି। ଅବ୍ଦୁଲ ଲସ୍କର-ଏ- ତେୟବା ଓ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଏଏସଆଇ ସହିତ ଜଡ଼ିତ ପାକିସ୍ତାନ ସ୍ଥିତ ହ୍ୟାଣ୍ଡଲର୍ସ ନିର୍ଦେଶରେ ମହମ୍ମଦ ସମିଉଦ୍ଦିନ, ମାଜ ହସନ ଫାରୁକ ଓ ଅନେକ ଯୁବକଙ୍କୁ ଆତଙ୍କବାଦୀ ପାଇଁ ଭର୍ତ୍ତି କରିଥିଲା।

ଅବ୍ଦୁଲ ଜାହିଦକୁ ପାକିସ୍ତାନ ହ୍ୟାଣ୍ଡଲର୍ସ ଠାରୁ ନିର୍ଦେଶ ମିଳିଥିଲା କି ସେ ନିଜର ସାଥୀଙ୍କ ସହିତ ମିଶି ହାଇଦ୍ରାବାଦ ସହରରେ ବିସ୍ଫୋରଣ କରିବା ସହିତ ଅନେକ ଆତଙ୍କବାଦୀ ଘଟଣା ଘଟାଇବ ।

nis-ad
Leave A Reply

Your email address will not be published.