ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ମହୁମାଛି, ବିଧାୟକ ଆହତ…

ଆନନ୍ଦପୁର : ମହୁମାଛି ଆକ୍ରମଣରେ ବିଧାୟକ ଆହତ । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି । ସକାଳୁ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ । ମହୁମାଛିଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ନିକଟସ୍ଥ ଏକ କ୍ଲବ କାର୍ଯ୍ୟାଳୟରେ ପଶିଯାଇଥିଲେ ।

ପରେ ସ୍ଥାନିୟ ଲୋକଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.