ମନୋହର ଲାଲ ଖଟ୍ଟରଙ୍କ ବଡ ଘୋଷଣା: ପଦନ୍ନୋତିରେ ଅନୁସୂଚିତ ଜାତିର କର୍ମଚାରୀଙ୍କୁ ମିଳିବ ସଂରକ୍ଷଣ…

ଚଣ୍ଡିଗଡ଼,୪ ।୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା ଅନୁସୂଚିତ ଜାତି(ଏସସି) କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରାଯାଇଛି । ସିଏମ ଖଟ୍ଟର ଶୁକ୍ରବାର ଘୋଷଣା କରିଛନ୍ତି କି ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା ଅନୁସୂଚିତ ଜାତି କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣ ମିଳିବ । ଏମିତି ସମସ୍ତ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ୩ ମାସ ମଧ୍ୟରେ ସଂରକ୍ଷଣ ନିର୍ଦ୍ଧାରିତ କରାଯିବ ।

ସୂଚନାଯୋଗ୍ୟ, ଖଟ୍ଟର ଗୁରୁ ରବିଦାସଙ୍କ ୬୪୬ତମ ଜୟନ୍ତି ଅବସରରେ ଜିନ୍ଦ ଜିଲାର ନରୱାନାରେ ଆୟୋଜିତ ରାଜ୍ୟ ସ୍ତରୀୟ ସମାରୋହକୁ ସମ୍ବୋଧିତ କରୁଥିବା ବେଳେ କହିଛନ୍ତି, ଅନୁସୂଚିତ ଜାତିର ଏମିତି ପରିବାର ଯେଉଁମାନେ ଲଘୁ ଓ ସୁକ୍ଷ୍ମ ଉଦ୍ଦ୍ୟୋଗ ସ୍ଥାପନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏବେ ଜମି କ୍ରୟ କରିବା ଉପରେ ୨୦ ପ୍ରତିଶତ ରିହାତି ମିଳିବ । ଏବେ ପର୍ଯ୍ୟନ୍ତ ଏମିତି ପରିବାରଙ୍କୁ ଜମି କ୍ରୟ ଉପରେ ୧୦ ପ୍ରତିଶତ ରିହାତି ମିଳୁଥିଲା । ଏହାସହ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଫତେହାବାଦ ଜିଲାର ରସୁଲପୁର ଗାଁରେ ହେଉଥିବା ମେଡିକାଲ କଲେଜର ନାମ ସନ୍ଥ ରବିଦାସଙ୍କ ନାମରେ ନାମିତ କରାଯିବାକୁ ଘୋଷଣା କରିଛନ୍ତି ।

nis-ad
Leave A Reply

Your email address will not be published.