ଦାରିଙ୍ଗବାଡ଼ି, ୦୩/୦୨: ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣଗାଁ ସ୍ଥିତ ୠଷି ମାଳ ଉଚ୍ଚ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଓ ଯୁକ୍ତ ତିନି ମହାବିଦ୍ୟାଳୟ ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷର ମିଳିତ ବାର୍ଷିକ କ୍ରିଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ଋଷିମାଳ ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଭାସ୍କର ଚରଣ ନାୟକ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ,ମୁଖ୍ୟ ବକ୍ତା ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂ ଯୋଗ ଦେଇଥିଲେ, ସମ୍ମାନୀତ ଅତିଥି ଭାବେ ଇତିହାସ ବିଭାଗ ଅଧ୍ୟାପକ ରାଜୁ ସିଂ, ଅକ୍ଷୟ ବେହେର ଦଳେଇ, ଅର୍ଥ ନୀତି ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ନାହକ ସମେତ, ସମସ୍ତ ବିଭାଗ ର ଅଧ୍ୟାପକ, ଅଧ୍ୟାପିକା ସମେତ କିରାଣୀ ଓ ଅଣଶିକ୍ଷକ କର୍ମଚାରୀ ମାନେ ଯୋଗ ଦେଇଥିଲେ , ବିଦ୍ୟାଳୟର କ୍ରିଡ଼ା ପ୍ରଶିକ୍ଷକ ରବି ନାରାୟଣ ପାଢ଼ୀଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତି ମଲ୍ଲିକ କ୍ରୀଡ଼ା ଉତ୍ସବର ପତାକା ଉତ୍ତୋଳନ କରିଥିଲେ , ଅତିଥି ମାନେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଠାରୁ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ , ଅତିଥି ମାନେ କ୍ରୀଡ଼ା ରେ ଅଂଶ ଗ୍ରହଣ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରିବାକୁ ଉଦବୋଧନ ଦେଇଥିଲେ। ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଶ୍ରୀ ନାୟକ ଆନୁଷ୍ଠାନିକ ଭାବେ କ୍ରୀଡ଼ା ଉତ୍ସବର ଘୋଷଣା କରିଥିଲେ। ଦୁଇ ଦିନ ଧରି ହେବାକୁ ଥିବା କ୍ରୀଡ଼ା ଉତ୍ସବରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ନିଜ ନିଜ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ପାଢ଼ୀ ଙ୍କ ତତ୍ବାବଧାନରେ ଆୟୋଜିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତା ଗୁଡ଼ିକୁ ପରିଚାଳନା କରିବା ସହ କୃତ୍ତି ଛାତ୍ର ଛାତ୍ରୀ ଙ୍କୁ ଚୟନ କରିବାରେ ରାମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କ୍ରୀଡ଼ା ପ୍ରଶିକ୍ଷକ ମାଧବ ଖୁଣ୍ଟିଆ, ଗୁମାଣ୍ଡି ଆଦର୍ଶ ବିଦ୍ୟାଳୟ ର କ୍ରୀଡ଼ା ପ୍ରଶିକ୍ଷକ କାଳିଆ ପ୍ରଧାନ, ପିଣ୍ଡିକି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ ରାମ କୃଷ୍ଣ ପାଣିଗ୍ରାହୀ ସମେତ କଟିଙ୍ଗିଆ ଓ କୁମ୍ଭାରୀଗାଁ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ପ୍ରଶିକ୍ଷକ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.