ଓଡିଶା ହାଇକୋର୍ଟର ଭରଚ୍ୟୁଆଲ୍ ହାଇକୋର୍ଟ ବ୍ରହ୍ମପୁର ଜିଲ୍ଳା ଦୌରାଜଜ କୋର୍ଟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି

ବ୍ରହ୍ମପୁର : ଏଥିରେ ଆଭାସି ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ସର୍ବଚ୍ଚୋ ନ୍ୟାୟଳୟର ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼ ଯୋଗଦେଇ ଏହାର ଶୁଭଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଓଡ଼ିଶା ଉଚ୍ଚନ୍ୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୂରଲୀ ଧର, ଜଷ୍ଟିସ୍ ଡ. ବିଆର୍‌. ଷଡ଼ଙ୍ଗି, ପ୍ରମୁଖ ଆଭାସି ମାଧ୍ୟମରେ ଉଦ୍‌ଘାଟନୀ ଉତ୍ସବରେ ଯେଗାଦେଇଥିଲେ । ସାରା ଦେଶରେ ଓଡ଼ିଶା ରାଜ୍ୟରେ ପ୍ରଥମ ଭରଚ୍ୟୁାଲ ହାଇକୋର୍ଟ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଏହା ଦ୍ୱାରା ଯେଉଁ କୌଣସି ମୁଦୁଲା ନିଜ ଅଭିଯୋଗ ଏବଂ ଶୁଣାଣି ଭଚ୍ୟୁଆଲ୍ ମାଧ୍ୟମରେ ହୋଇପାରିବ । ଏହି ଭଚ୍ୟୁଆଲ୍ ହାଇକୋର୍ଟ ମାଧ୍ୟମରେ ଆଗାମୀ ଦିନରେ ସମସ୍ତ ଆଚଂଳିକ ଭାଷାକୁ ନେଇ ବିଚାର ହୋଇପାରିବ ବୋଲି ଜଣାପଡ଼ିଛି । ନ୍ୟାୟପାଳିକାକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଦେଶର ସୁପ୍ରିମୋକୋର୍ଟ ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଚୁଡ଼୍ କହିଥିଲେ । ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଭଚ୍ୟୁାଆଲ୍ କୋର୍ଟ ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଓଡ଼ିଶା ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍‌. ମୂରଲୀ ଧର ସୂଚନା ଦେଇଥିଲେ । ଏହି ଶୁଭଉଦ୍‌ଘାଟନୀ ଜିଲ୍ଲା ଓ ଦୌରାଜର୍ଜ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ଓ ଦୌରାଜର୍ଜ ଆନନ୍ଦଚନ୍ଦ୍ର ବେହେରା, ରେଜିଷ୍ଟ୍ରର ସୁଶାନ୍ତ କୁମାର ମିଶ୍ର, ସରକାରୀ ଓକିଲ ତ୍ରିଲୋଚନ ପରିଡ଼ା , ଗଂଜାମ ଓକିଲ ସଂଘର ସଭାପତି କପିଳେଶ୍ୱର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ଶିଶିର ପାଢ଼ୀ, ମନୋଜ ପଟ୍ଟନାୟକ, ସୁଧୀର ସାହୁ, ଅସିଶ ଶତପଥୀ, ଶ୍ୟାମକାନ୍ତ ଜେନା, ନୟନ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଏହି ଅବସରରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.