ସଡ଼କ ଦୁର୍ଘଟଣାରେ ୮ ବାଟାଲିୟନ ସିପାହୀଙ୍କ ମୃତ୍ୟୁ…

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ଛକ ନିକଟସ୍ଥ 16ନମ୍ବର ରାଜପଥରେ ଏକ ସଡ଼କ ଦୃଘଟଣାରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ର ଜୈନେକ ସିପାହୀ ଙ୍କ ମୃତ୍ୟୁ ଘଟିଥିବା ଜଣାଅପଡ଼ିଛି l ସିପାହୀ ଜଣଙ୍କ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ଟାକିରିଆ ବ୍ରହ୍ମପୁର ର ତ୍ରିନାଥ ବେହେରାଙ୍କ ପୁଅ କୃଷ୍ଣ ବେହେରା ସିପାହୀ ନମ୍ବର 354 l
ପ୍ରାପ୍ତ ସୂଚନାନୁଯାୟୀ କୃଷ୍ଣ ଡିୟୁଟି ସାରି ବାଇକରେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରଣାବାୟୁ ଉଡିଯାଇଥିଲା l ହାଇୱେ ପେଟ୍ରୋଲିଙ୍ଗ ଏସ ଆଇ ଲୋକନାଥ ବେହେରା ଶବ ଉଦ୍ଧାର କରିଥିଲେ l ଶବ ବ୍ୟବଛେଦ ପାଇଁ ଛତ୍ରପୁର ପଠା ଯାଇଥିଲା l
ବାଟାଲିୟନ କୃତ୍ୟୁପକ୍ଷ ଓ କର୍ମଚାରୀ ମାନଙ୍କ ଘଟଣା ସ୍ଥଳରେ ଭିଡ଼ ଜମିଥିଲା l ବାଟାଲିୟନ କମାଣ୍ଡେଣ୍ଟ ସୂର୍ଯ୍ୟ ନାରାୟଣ ମଲିକ ଓ ହାବିଳଦାର ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ ଓ ଅଫିସର୍ସ ମାନେ ଗଭୀର ଶୋକବ୍ୟକ୍ତ କରିଥିଲେ l

nis-ad
Leave A Reply

Your email address will not be published.