ମାତୃଭୂମିର ସୁରକ୍ଷା ପାଇଁ ଜୟୀ ରାଜଗୁରୁଙ୍କ ତ୍ୟାଗ ଭାରତ ଇତିହାସରେ ବିରଳ

ଭୁବନେଶ୍ୱର: ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାରେ ଇଂରେଜମାନଙ୍କୁ ହଟାଇବା ପାଇଁ ଯେଉଁମାନେ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ତଥା ଜୟୀ ରାଜଗୁରୁ ହେଉଛନ୍ତି ଅଗ୍ରଗଣ୍ୟ। ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ତ୍ୟାଗର ଯେଉଁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସେ ରଖିଥିଲେ ତାହା ଓଡ଼ିଶା ତଥା ଭାରତ ଇତିହାସରେ ବିରଳ। ଜୟୀ ରାଜଗୁରୁ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ। ସେ ସର୍ବଦା ଓଡ଼ିଶାବାସୀଙ୍କ ହୃଦୟରେ ଚିର ଜାଜ୍ଜଲ୍ୟମାନ ହୋଇ ରହିବେ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗ ପକ୍ଷରୁ ଆୟୋଜିତ ‘ରେଜିଷ୍ଟିଂ ଡୋମିନାନ୍ସ: ସିଚୁଏଟିଂ ଜୟୀ ରାଜଗୁରୁ ଇନ ଦି ଖୋର୍ଦ୍ଧା ଅପରାଇଜିଂ ଅଫ ୧୮୦୪’ ଶୀର୍ଷକ ସମ୍ପାଦିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ବକ୍ତାମାନେ ପ୍ରକାଶ କରିଛନ୍ତି।


ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ରେଜିଷ୍ଟିଂ ଡୋମିନାନ୍ସ: ସିଚୁଏଟିଂ ଜୟୀ ରାଜଗୁରୁ ଇନ ଦି ଖୋର୍ଦ୍ଧା ଅପରାଇଜିଂ ଅଫ ୧୮୦୪’ ଶୀର୍ଷକ ସମ୍ପାଦିତ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ବିଶ୍ବବିଦ୍ୟାଳୟ ପାଇଁ ଉପାଦେୟ ସାବ୍ୟସ୍ତ ହେବ ବୋଲି କହିବା ସହିତ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା ସ୍ବାଗତ ଭାଷଣ ଦେଇଥିବାବେଳେ ଭାରତୀୟ ଇତିହାସ ଗବେଷଣା ପରିଷଦ ସଦସ୍ୟ ପ୍ରଫେସର ହରିହର ପଣ୍ଡା ପୁସ୍ତକର ମୁଖ୍ୟ ସମ୍ପାଦିକା ଡ. ସୋମା ଚାନ୍ଦ ବକ୍ତବ୍ୟ ରଖିଥିଲେ। ଡ.ଅଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.