କେନ୍ଦୁପତ୍ର କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଫୁଲବାଣୀ : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତା ୧.୨.୨୪ରିଖ ବୁଧବାର ସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆଠାରେ ଅନୁଷ୍ଠିତ ହୋଇ ଯାଇଛି। ଡିଭିଜନ ସଂପାଦକ ସରୋଜ କୁମାର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ସାମାଜିକ କଲ୍ୟାଣ ବୋର୍ଡର ଉପଦେଷ୍ଟା ସଞ୍ଜିତ କୁମାର ମହାନ୍ତି ବୈଠକରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଏ ସବୁର ସମାଧାନ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଡିଭିଜନ ସଂପାଦକ ସରୋଜ କର୍ଣ୍ଣ ବିଭିନ୍ନ ସାଂଗଠନିକ ବିଷୟ ସମ୍ପର୍କରେ ସୂଚନା ଦେଇଥିଲେ।

ଜିଲ୍ଲାରେ କାର୍ଯ୍ୟରତ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସର୍ବନିମ୍ନ ମଜୁରୀ,ଆର୍ଥିକ ପ୍ରୋତ୍ସାହନ,ଠିକ ସମୟରେ ଦରମା ପ୍ରଦାନ ଭଳି ସମସ୍ୟା ଗୁଡିକ ଉପରେ ଏହି ବୈଠକରେ ଆଲୋଚନା କରାଯିବା ସହ ଏସବୁର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା। ସରକାର କର୍ମଚାରୀ ମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ସମ୍ପାଦକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ବିଭାଗୀୟ ଅଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ବିଭିନ୍ନ ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଧାନ ବନ ସଂରକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୀର୍ତ୍ତନବେହେରା, ଲକ୍ଷ୍ମଣ ସାହୁ, ଉପେନ୍ଦ୍ର ସାମଲ,ଦଶମୂଳ ମିଶ୍ର, ରବି ବାରିକ, ଶିବ ସାହୁ, ଚଣ୍ଡାଳ ସାହୁ ପ୍ରମୂଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.