ଅର୍ଚ୍ଚନା ନାଗ ଗିରଫ ମାମଲା: ୨୪ ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଖଣ୍ଡଗିରି ପୋଲିସ…

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଗିରଫ ମାମଲାରେ ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ । ୨୪ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ଖଣ୍ଡଗିରି ଥାନା ପୋଲିସ । ପୂର୍ବରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଚାର୍ଜସିଟରେ ଘଟଣାସ୍ଥଳର ତଥ୍ୟ, ଫରେନସିକ, କଲ ଡିଟେଲସ୍‌ ରେକର୍ଡ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ହ୍ଵାଟସଆପ୍‌ ଚାଟ୍‌ ରହିଛି । କୋଟିଏରୁ ଅଧିକ ଟଙ୍କାର ବିଭିନ୍ନ ଲୋକଙ୍କ ସହ ଟ୍ରାଞ୍ଜାକ୍ସନ ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି । IPC ୩୪୧, ୩୨୮, ୩୨୪, ୩୫୪-ସି, ୩୭୦, ୩୮୬, ୩୮୭, ୪୨୦, ୩୮୯, ୪୨୦, ୬୬-ଇ, ୬୭ ଦଫା ଲଗାଇଛି ପୋଲିସ । ପୂର୍ବରୁ ନୟାପଲ୍ଲୀ ଥାନା ପୋଲିସ ଚାର୍ଜସିଟ୍‌ ଦାଖଲ କରିଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ୨୨୪୧ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ୍‌ କରିଛି। ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି। କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା। ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି।

nis-ad
Leave A Reply

Your email address will not be published.