ଆବାସ ଯୋଜନା ଅଭିଯୋଗ କୁ ନେଇ ଗ୍ରାମ ସଭା…

ଫିରିଙ୍ଗିଆ– ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମ ପଞ୍ଚାୟତ ସଭା ଗୃହ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଭିଯୋଗ କୁ ନେଇ ଗ୍ରାମ ସଭା ଅନୁଷ୍ଠିତ ହୋଇଛି l ରତଙ୍ଗ ପଞ୍ଚାୟତ ସରପଞ୍ଚ ପାର୍ବତୀ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମ ସଭା ବୈଠକ ରେ ସମିତି ସଭ୍ୟ ବିରଞ୍ଚି ମଲ୍ଲିକ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଲି ନାୟକ , ଜି ଆର୍ ଏସ ବିଶ୍ଵ କଣ୍ଠ ଦିଗାଲ , ପୂର୍ବତନ ସରପଂଚ ରଜନୀ ମଲ୍ଲିକ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ସି ଆର୍ ପି , ଏମ୍ ବି କେ ଓ ଅଞ୍ଚଳ ର ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l ବୈଠକ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା l ସମସ୍ତ କାର୍ଯ୍ୟ କ୍ରମ କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୂପାଲି ନାୟକ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.