ଭବାନୀପାଟଣା : ଭବାନୀପାଟଣା -ଜୁନାଗଡ଼ ଜାତୀୟ ରାଜପଥ ୨୬ଜାରିଂ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଆରୋହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ମୃତ ହୋଇଥିବାବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମିଳିଥିବା ଖବର ଅନୁଯାୟୀ, ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ସହଦ୍ୱେ ପଣ୍ଡା ଏବଂ ତାଙ୍କ ସ୍ତ୍ରୀ ସନ୍ଧ୍ୟାରେ ଏକ ସ୍ୱିଫ୍ଟ କାର ଭାବାନୀପାଟଣାରୁ କୌଣସି କାମରେ ଯାଇ ଜୁନାଗଡ଼ ଫେରୁଥିଲେ ହେଲେ ଜାରିଂ ନିକଟ ଜାତୀୟ ରାଜପଥ ଉପରେ ତାଙ୍କ କାର ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଘଟଣା ସ୍ଥଳରେ କାର ରେ ଚାପି ହୋଇ ସ୍ତ୍ରୀସାରଦା ପଣ୍ଡା (୫୫) ଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକ ଜୁନାଗଡ଼ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସାରଦା ଓରଫ ସରସ୍ୱତୀ ପଣ୍ଡାଙ୍କୁ ତାକ୍ତର ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ସ୍ୱାମୀ ସହଦ୍ୱେ ପଣ୍ଡା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି । ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି ।