ସୁନିଶ୍ଚିତ ଯୋଜନାବଦ୍ଧ ହତ୍ୟା: ନରସିଂହ ମିଶ୍ର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ହତ୍ୟା ନେଇ ନରସିଂହ ମିଶ୍ର ନିଜର ବିସ୍ଫୋରକ ବୟାନ ରଖିଛନ୍ତି । ନରସିଂହ କହିଛନ୍ତି ଏହା ସୁନିଶ୍ଚିତ ଯୋଜନାବଦ୍ଧ ହତ୍ୟା ଏବଂ ଏଥିରେ ଗୁଢ ରହସ୍ୟ ମଧ୍ୟ ଥିବ କିନ୍ତୁ ଏହା ସାଧାରଣ ହତ୍ୟା ନୁହେଁ । ହତ୍ୟାକାରୀକୁ ମାନସିକ ରୋଗୀ କୁହାଯିବା ବିଶ୍ୱାସଯୋଗ୍ୟ ନୁହେଁ ।

ଯଦି ଗୋପାଳ ମାନସିକ ରୋଗୀ ତେବେ ନବ ଦାସଙ୍କ ହତ୍ୟା ପାଇଁ ସରକାର ଦାୟୀ । ପୋଲିସ ଯଦି ଅପରାଧୀକୁ ସାଲ୍ୟୁଟ ମାରିବ ତେବେ ଅପରାଧ ନିୟନ୍ତ୍ରଣ କିପରି କରିବ । ହତ୍ୟାରୁ ପ୍ରମାଣିତ ହେଲା ଯେ ଗୁଇନ୍ଦା ବିଭାଗ କାମ କରୁନାହିଁ । ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କହିଲେ ନରସିଂହ ମିଶ୍ର ।

nis-ad
Leave A Reply

Your email address will not be published.