ଆଇଜର ମେସ ପରିଚାଳକଙ୍କୁ ଆକ୍ରମଣ ଥାନାରେ ମାମଲା…

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଲାଉଡି ଗାଁ ଆଇଜର ସ୍ଥାୟୀ କ୍ୟାମ୍ପସ ପରିସରରେ ମେସ ପରିଚାଲକଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ମୁତାବକ ଗତ ୨୮ ତାରିଖ ଶନିବାର ବିଳମ୍ବିତ ରାତ୍ରିରେ ଆଇଜର ମେସର ରୋଷେଇ ଘର ନିକଟରେ କିଛି ବ୍ୟକ୍ତି ମେସ ପରିଚାଳକ ଅବଦେଶ ସିଂ ରାଣାଙ୍କୁ ଆକ୍ରମଣ କରିଛନ୍ତି ।

ଏହାପରେ ପରିଚାଳକଙ୍କ ପାଟି ଶୁଣି ଅନ୍ୟ କର୍ମଚାରୀମାନେ ଆସିବାପରେ ସେମାନେ ସେହିଠାରୁ ଚାଲି ଯାଇଥିଲେ । ଏହାପରେ ମେସ ପରିଚାଲକ ରବିବାର ଦିନ ଗୋଳନ୍ଥରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଗୋଳନ୍ଥରା ଥାନାରେ ୫୧/୨୦୨୩ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅପର ପକ୍ଷରୁ ମଧ୍ୟ ସମାନ ଅଭିଯୋଗରେ ଅନ୍ୟ ଏକ ମାମଲା ୫୨/୨୦୨୩ ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ । ସେହିପରି ସ୍ଥାୟୀ କ୍ୟାମ୍ପସ ପରିସରରେ ସୁରକ୍ଷା ପ୍ରାଚିର ନଥିବାରୁ କ୍ୟାମ୍ପସ ପରିସରରେ ବାରମ୍ବାର ଏହିପରି ଘଟଣା ଘଟୁଥିବାରୁ କ୍ୟାମ୍ପସ ପରିସରରେ ରହୁଥିବା ସମସ୍ତେ ଭୟଭିତ ଅବସ୍ଥାରେ ରହିଛନ୍ତି ।

nis-ad
Leave A Reply

Your email address will not be published.