ଫୁଲବାଣୀ:- ପାଞ୍ଚ ଦିନ ବ୍ୟାପି ଚାଲିଥିବା କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରବିବାର ଦିନ ଉଦଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବ ରେ ଜିଲ୍ଲାପାଳ ତଥା କନ୍ଧମାଳ ମହୋତ୍ସବ ଆୟୋଜକ କମିଟି ଅଧ୍ୟକ୍ଷ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ମଞ୍ଚାସୀନ ଅତିଥିବୃନ୍ଦ ଥିଲେ କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରୋଦନ ମଲିକ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର,ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ । ଅତିଥିଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା। ଉତ୍ସବର ଶେଷ ରଜନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ନୃତ୍ୟଶିଳ୍ପୀ ଶେଷ ସଂନ୍ଧ୍ୟାରେ ମହୋତ୍ସବ ରଙ୍ଗୀନ ମଞ୍ଚରେ ସୁଦୂର ମାଲକାନଗିରି ଜିଲ୍ଲାର କଳାକାର ମାନଙ୍କ ଦ୍ୱାରା ଦୁରୁଆ ନୃତ୍ୟ ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା, ଏବଂ ପୁନର୍ବାର ଆସାମ ରୁ ଆସିଥିବା ଆଦିବାସୀ ମାନଙ୍କର ପାରମ୍ପରିକ ” ବିହୁ ” ନୃତ୍ୟ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ ଓ ବିହୁ ନୃତ୍ୟର ତାଳେ ତାଳେ ଝୁମି ଥିଲେ ହଜାର ହଜାର ଦର୍ଶକ | ତୃତୀୟ ପର୍ଯ୍ୟାୟରେ ମଣିପୁର ଆସିଥିବା କଳାକାର ମାନଙ୍କ ଦ୍ୱାରା ଅତି ସୁନ୍ଦର ଓ ଚିତାକର୍ଷକ ହୋଇଥିବା ନୃତ୍ୟ ପରିବେଷଣ କରିଥିଲେ ମଣି ପୁରର କଳାକାର ବୃନ୍ଦ, ଏବଂ ଚତୁର୍ଥ ପର୍ଯ୍ୟାୟରେ ସୋନପୁର ଜିଲାରୁ ଆସିଥିବା ରୂପଶ୍ରୀ କଳା ସଂଗଠନ ର କଳାକାର ମାନେ ଅତି ସୁନ୍ଦର ଭାବେ ଓଡିଶାର ପୁର ପଲ୍ଲୀରେ ଚହଳ ସୃଷ୍ଟି କରିଥିବା ସମ୍ବଲପୁରୀ ଡ୍ୟାନ୍ସ ପରିବେଷଣ କରିଥିଲେ ଓ ଏହି ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଝୁମିଥିଲେ ମହୋତ୍ସବ ପଡିଆରେ ଉପସ୍ଥିତ ଥିବା ଅଗଣିତ ଦର୍ଶକ l କନ୍ଧମାଳ ଜିଲ୍ଲାରେ ପ୍ରଥମଥର ପାଇଁ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ପ୍ରଥମ ଫଳ ମହୋତ୍ସବ ପଡ଼ିଆରେ ବିକ୍ରି ହୋଇଥିଲା।ଯଦିବା ମୂଲ୍ୟ ଅଧିକ ଥିଲା ତଥାପି ଭଲ ବିକ୍ରି ହୋଇଥିବା ଶୁଣିବାକୁ ମିଳିଛି l ମୁଖ୍ୟଅତିଥିଙ୍କ ସମେତ ମଞ୍ଚାସୀନ ଅତିଥିଗଣ ଶେଷ ଦିନରେ ସମସ୍ତ ଷ୍ଟଲ୍ ପରିଦର୍ଶନ କରିଥିଲେ।
ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ସମେତ ଲୋକ ନୃତ୍ୟ, ଲୋକେ ଷ୍ଟ୍ରବେରୀ କିଣିବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ନାଚ ଗୀତ ସହ ହାଲୁକା ଶୀତ ଲୋକଙ୍କୁ ବେଶ ଆମୋଦିତ କରିଥିଲା। ଚଳିତ ବର୍ଷ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ କନ୍ଧମାଳ ମହୋତ୍ସବ ହୋଇଥିବା ବେଳେ ଅନ୍ତିମ ଦିବସରେ ପ୍ରବଳ ଜନସମାଗମ ହୋଇଥିଲା ।
କନ୍ଧମାଳ ମହୋତ୍ସବରେ ଅଂଶଗ୍ରହଣ କରିଥିବା ବେଷ୍ଟ ଡିସିପ୍ଲିନ ଗ୍ରୁପ ମାଲକାନଗିରି,ଟିମ ହ୍ୟୁମାନୀଟି କନ୍ଧମାଳ, ଫୁଲବାଣୀ କ୍ଲବ ଓ ଜବାହର ନବଦ୍ୱୟ ବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନ, ଫୁଲବାଣୀଙ୍କୁ ବରଣ୍ୟ ଅତିଥି କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉର୍ଣ୍ଣୟନ ପ୍ରକଳ୍ପ ନିର୍ଦ୍ଦେଶକ, ବିଶ୍ୱରଂଜନ ନାୟକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l କନ୍ଧମାଳ ମହୋତ୍ସବକୁ ସୂଚାରୁ ରୂପେ ମଞ୍ଚ ପରିଚାଳନା କରିଥିବା ଅଶୋକ କୁମାର ମହାନ୍ତି,ଶ୍ରୀକାନ୍ତ କୁମାର ସାହାଣୀ,ସୁକାନ୍ତ କୁମାର ବେହେରା ଓ ଦେବାଶିଷ ମିଶ୍ରଙ୍କୁ ମଧ୍ୟ୍ୟ ମଞ୍ଚରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯିବା ସହିତ ମହୋତ୍ସବକୁ ସରଷ ସୁନ୍ଦର କରିବା ପାଇଁ ପୌର ପରିଷଦ ତରଫରୁ ସମସ୍ତ ପ୍ରକାର ସହଯୋଗ କରିଥିବା ଯୋଗୁଁ ଫୁଲବାଣୀ ପୌରପରିଷଦ ର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ମଧ୍ୟ ମଞ୍ଚରେ ଉତ୍ତରୀୟ ସହିତ ମହୋତ୍ସବର ଲୋଗୋ ପ୍ରଦାନ କରି ପିଡିଡିଆର ଡିଏ ବିଶ୍ୱରଂଜନ ନାୟକ ସମ୍ମାନିତ କରିଥିଲେ l ଏ ସବୁ ସତ୍ତ୍ବେ ଦୁଃଖର ବିଷୟ ଥିଲା ଚଳିତ କନ୍ଧମାଳ ମହୋତ୍ସବରେ ସାମ୍ବାଦିକ ମାନଙ୍କ ନିକଟରେ ନିମନ୍ତ୍ରଣ କାର୍ଡ ଖଣ୍ଡିଏ ପହଞ୍ଚି ପାରିନଥିବା ଏବଂ ପୋଡ଼ା ଖାଦ୍ୟ ସାମ୍ବାଦିକ ମାନଙ୍କୁ ଦିଆଯାଇଥିବା, ପ୍ରେସ ଗ୍ୟାଲେରିରେ ଭଲ ଚେୟାର ଦିଆ ନଯାଇ ଥିବା ସବୁ ସାମ୍ବାଦିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା l