କଳା ଓ କଳାକାରଙ୍କ ହିତଲାଗି ମହାସଂଘ ଏକ ଅଦ୍ୱିତୀୟ ଅନୁଷ୍ଠାନ…

ବ୍ରହ୍ମପୁର, : ତା.୩୦/୦୧ : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଓଡ଼ିଶା ନାଟ୍ୟ ଦିବସ ପାଳନ ପରିପ୍ରେକ୍ଷୀରେ ଚତୁର୍ଦ୍ଦିନାଙ୍କ ପୌରାଣିକ ନାଟକ ମହୋତ୍ସବ : ୨୦୨୩ ଉଦ୍ ଯାପିତ ହୋଇଯାଇଛି । ବରିଷ୍ଠ ଅଭିନେତା ତଥା ଶିକ୍ଷାବିତ୍ ଶଙ୍କର୍ଷଣ ସାବତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରକାଶମ୍ ହଲ୍ ଠାରେ ଆୟୋଜିତ ଏହି ଉତ୍ସବରେ ସମାଜସେବୀ ଡ଼ଃ. ସବିତା ସୁଆର ପାଣିଗ୍ରାହୀ, ସଂସ୍କୃତିପ୍ରାଣା ବ୍ୟକ୍ତିତ୍ଵ ଇଞ୍ଜିନିୟର ହେବା ଯାମିନୀ କାନ୍ତ ଦାସ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ନାଟ୍ୟକାର କେ. ବଳରାମ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଳ କୁମାର ପାତ୍ର, ଲୋକକଳାବିତ୍ ପଣ୍ଡିତ ବିଶ୍ଵନାଥ ଶତପଥୀ, ଗଣମାଧ୍ୟମ ବ୍ୟକ୍ତିତ୍ଵ ସାରା ଲୋରେନ୍ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାସଂଘର କୃତିରାଜିରେ ସନ୍ତୋଷ ପ୍ରକାଶ ପୂର୍ବକ କଳା ଓ କଳାକାରଙ୍କ ହିତାର୍ଥେ ଏହି ଅନୁଷ୍ଠାନ ସାରା ଭାରତ ବର୍ଷରେ ଏକ ଅଦ୍ୱିତୀୟ ଅନୁଷ୍ଠାନ ରୂପେ ବିଦ୍ୟମାନ ବୋଲି ଦୃଢେ଼ାକ୍ତି ବ୍ୟକ୍ତ କରିଥିଲେ । ମହାସଚିବ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାସଂଘ ପକ୍ଷରୁ ସର୍ବଶ୍ରୀ ଡ଼ା. ତିରୁପତି ସାହୁ, ଡି. ନାରାୟଣ, ଭୈରବ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ନୃସିଂହାନନ୍ଦ ମହାପାତ୍ର ପ୍ରମୁଖ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୋରଳ, ସୁହାନୀ କ୍ରିଏସନ୍ ପ୍ରଯୋଜିତ ତଥା ତିରୁପତି ସାହୁ ନିର୍ଦ୍ଦେଶିତ ନାଟକ ଦୁନିଆର ଖେଳ ସରିଗଲା ମଞ୍ଚସ୍ଥ ହୋଇଥିଲା । ଏଥିରେ ଡ଼ା. ତିରୁପତି ସାହୁ, ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ, ବିଶିକେଶନ୍ ସାହୁ, ପ୍ରଦୀପ କୁମାର ସାହୁ, ରାଜ ଗୋପାଳ ପାଢ଼ୀ, ସୁଶାନ୍ତ କୁମାର ପଣ୍ଡିତ, ପ୍ରଶାନ୍ତ କୁମାର କୁଣ୍ଡ, ଦୀପକ୍ ପ୍ରଧାନ, ଜଗନ୍ନାଥ ଚୌଧୁରୀ, ଶ୍ରୀଧର ଆଚାରି, ପ୍ରଶାନ୍ତ ପଣ୍ଡା, ଚନ୍ଦନ ସାହୁ, ଚାନ୍ଦମାମା ବେହେରା, ଜାନକୀ ପଣ୍ଡା ପ୍ରମୁଖ ସଫଳ ଅଭିନୟ କରିଥିବା ପରିଦୃଷ୍ଟ । ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ପି. ଶଙ୍କର ଓ ରଜନୀ ବେହେରା ସମ୍ମିଳିତ ସ୍ଵର ମୂର୍ଚ୍ଛନାରେ ନାଟକଟିକୁ ଜୀବନ୍ତ ରୂପ ଦେଇଥିଲେ । ସଭାପତି ସୀମାନ୍ତ ନଟରାଜ ତିରୁପତି ସାହୁ ଉତ୍ସବର ଉଦଯାପନୀ ଘୋଷଣା କରିଥିବା ବେଳେ ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଇଞ୍ଜିନିୟର ମନୋଜ ଦଂଡପାଟ, କଳାପ୍ରାଣ କୈଳାସ ପାଣିଗ୍ରାହୀ, କିଶୋର କପୁର, ସୁଦାମ ପଟ୍ଟନାୟକ, ଚନ୍ଦ୍ରଭାନୁ ନାୟକ, କୁନୁ ବେହେରା, ଛବି ରାଣୀ ମହାନ୍ତି, ବନ୍ଦନା ନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.