ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତ…

ଫୁଲବାଣୀ : ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ଲେଙ୍କାଙ୍କ ଅଧକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଅଧ୍ୟକ୍ଷ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଉଦଘାଟନ କରିବା ସହ ମୁଖ୍ୟ ମାର୍ଗଦର୍ଶନ କରିଥିଲେ l ସାମ୍ପ୍ରତିକ ସମୟରେ ଶିଶୁଵିଦ୍ୟା ମନ୍ଦିର ମାଧ୍ୟମରେ ଛାତ୍ରମାନେ ଭବିଷ୍ୟତ କର୍ଣ୍ଣଧାର ହୋଇ ଦେଶକୁ ପରମ ବୈଭବଶାଳୀ କରିବାରେ
ସକ୍ଷମ ହୋଇପାରିବେ ବୋଲି ସେ କହିଥିଲେ l ବାଲିଗୁଡା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଚକ୍ରମଣି କହଁର ଯୋଗଦେଇ ଶିଶୁ ମନ୍ଦିରର ପରିଚାଳନାରେ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ସହ ଅଧିକାରୀ ଶ୍ରୀ ସାଂଗୁଡା ରୂପା ମାଝି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ଦଣ୍ଡସେନା, ତୁମୁଡିବନ୍ଧ ସରପଞ୍ଚ ଶ୍ରୀମତୀ ପ୍ରିୟଙ୍କା ପଡ୍ରା, ସମିତି ସଦସ୍ୟା ଶ୍ରୀମତୀ ସୁଭଦ୍ରା ବେହେରଦଳାଇ, ଉପଦେଷ୍ଠା ତଥା ବୁଦ୍ଧିଜୀବୀ ଲକ୍ଷ୍ମୀଧର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଟ ପ୍ରଭୃତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ମଂଚାସୀନ ଅତିଥି ମାନଙ୍କର ପରିଚୟ ଦେବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ l ଶ୍ରୀଯୁକ୍ତ ଧଳଙ୍କ ରଚିତ ସ୍ୱାଗତ ସଂଗୀତ ସମସ୍ତଙ୍କ ମନ ମୋହିନେଇଥିଲା ବେଳେ ତାଙ୍କ ଦ୍ୱାରା ରଚିତ ଦୁଇଟି ଶିଶୁ ଗଳ୍ପ “ପିଲାଙ୍କ କାହାଣୀ ମୁଣି” (ଭାଗ ଏକ ଓ ଦୁଇ) ଉନ୍ମୋଚିତ ହୋଇଥିଲା l ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ l ସମ୍ପାଦକ ଶ୍ରୀ ହୀରାଲାଲ ପ୍ରଧାନ ଧନ୍ୟବାଦ ଦେଇଥିଲା ବେଳେ ଆଚାର୍ଯ୍ୟା ସସ୍ମିତା ପଣ୍ଡା, ମାତୃଭାରତୀର କୋଷ|ଧ୍ୟକ୍ଷ ମଧୁସ୍ମିତା ବେହେରା, କନ୍ୟାଶ୍ରମର ଆଚାର୍ଯ୍ୟା ରଶ୍ମି ମେହେର ମଞ୍ଚ ପରିଚାଳନା କରିଥିଲେ | କନ୍ୟାଶ୍ରମର ଛାତ୍ରୀ ଏବଂ ପୂର୍ବ ଛାତ୍ରୀ ସହ ବିଦ୍ୟାଳୟର ସମସ୍ତ ଶିଶୁ ଭାଇ ଭଉଣୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସରସ୍ବତୀ ନାୟକ, ପୁଷ୍ପଲତା ନାୟକ, ଜ୍ୟୋତିର୍ମୟୀ କହଁର, କେତକୀ ନାୟକ, ପ୍ରମୋଦ ନାୟକ ପ୍ରଭୃତି ଗୁରୁଜୀ ଗୁରୁମାଙ୍କ ସହ ଉପଦେଷ୍ଟା ରାମକୃଷ୍ଣ ପାଢ଼ୀ ଉପ ସଭାପତି ପ୍ରସନ୍ନ ସାହୁ, ସହ ସମ୍ପାଦକ ମୁରଲୀଧର ମହାପାତ୍ର, କୋଷାଧ୍ୟକ୍ଷ ବିଶ୍ୱନାଥ ସାହୁ, ସଦସ୍ୟ ଶ୍ରୀ ସୁଶାନ୍ତ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ବେଣୁଧର ମାଝୀ , ଶରତ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ପାଢ଼ୀ, ଚନ୍ଦ୍ରମଣି ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ଉମାକାନ୍ତ ପାତ୍ର, ଅରୁଣ ପଟ୍ଟନାୟକ, ବାବୁଲି ପାତ୍ର, ପ୍ରଶାନ୍ତ କୁମାର ସାହୁ, ଯୋଗେନ୍ଦ୍ର ଦୀକ୍ଷିତ, ଦୁର୍ଯ୍ୟୋଧନ ସାହୁ, ସୁମନ କୁମାର ନାୟକ, ସଞ୍ଜୟ କୁମାର ସାହୁ, ମାଧବ ଭାଇ, ବଙ୍ଗାଲିଭାଇ, ପ୍ରମୋଦ ବସନ୍ତିଆ, ବିଭୁତି ଭୂଷଣ ମଲ୍ଲିକ, ମୋତିରାମ ନାୟକ, ବିବଛ ପରିଛା ପ୍ରଭୃତି ସକ୍ରିୟ ସହଯୋଗ କରିଥିଲେ l ମାତୃ ଭାରତୀର ସଭାପତି ସ୍ଵାଗତିକା ସାହୁ, ସମ୍ପାଦକ ପ୍ରଶାନ୍ତି ସାହୁ, ସଦସ୍ୟା ବିଷ୍ନୁପ୍ରିୟା ସାହୁ, ମାମି ପାଢ଼ୀ, ସୁଜାତା ସାହୁ ପ୍ରମୁଖ ବେଶଭୁଶାରେ ସହଯୋଗ କରିଥିଲେ |

nis-ad
Leave A Reply

Your email address will not be published.