ସୁନ୍ଦରଗଡ଼ : ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଭୋଜପୁର ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଯୋଗଦେଇଥିବାବେଳେ ମଞ୍ଚାସୀନ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ମିଞ୍ଜ, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭେଷଜ ରଥ, ଜିଲ୍ଲା ସାଧାରଣ ସଂପାଦକ ସୁଖଲାଲ ମୁଣ୍ଡା ,ଯଶବନ୍ତ ନାଏକ, ଅମୀର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ମଣ୍ଡଳ କମିଟି ଓ ବୁଥ କମିଟି କୁ ସଶକ୍ତ କରିବାକୁ କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ତତ୍ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ନକରି ଦଳୀୟ ଭିତ୍ତିରେ ଘର ବଣ୍ଟନ କରିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିଲେ। ଆଗାମୀ ଦିନରେ ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟନ କରାନଗଲେ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବିଜେପି ର ବରିଷ୍ଠ ନେତା ଦୁର୍ଗାଚରଣ ପଟେଲ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ମିଞ୍ଜ, ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ଭେଷଜ ରଥ ପ୍ରମୂଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନାକୁ ଜନତାଙ୍କ ପାଖରେ ଅବଗତ କରାଇବା ସହିତ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଜାତୀୟ ପରିଷଦ ସଭ୍ୟ ପ୍ରେମସାଗର ଓରାମ ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଦେହୁରୀ, ବିଶିକେସନ ସା ,ଆରତୀ ପଟେଲ, ସଂଯୁକ୍ତା ନାଏକ ,ଜିଲ୍ଲା ସମ୍ପାଦକ ଗୁଲସନ ବରୁଆ ,ଆଶିଷ ପଟେଲ ,ମଞ୍ଜୁ ଲାକ୍ରା, ଜିଲ୍ଲା କୋଷାଧ୍ୟକ୍ଷ ଦିନେଶ କର, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ କୂଳଦୀପ ସିଂହ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ଶାନ୍ତି ସରାଫ, ଯୁବ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ ,ଏସଟି ମୋର୍ଚ୍ଚା ସଭାପତି କଳାକୃଷ୍ଣ ଓରାମ ,ଏସସି ମୋର୍ଚ୍ଚା ସଭାପତି ସିମେଶ୍ୱର ଲରିଆ, କୃଷକ ମୋର୍ଚ୍ଚା ସଭାପତି ରବିଚନ୍ଦ୍ର ପଟେଲ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଜୁନାସ ଲୁଗୁନ, ରାଜ୍ୟ ମୋର୍ଚ୍ଚା ପଦାଧିକାରୀ ସୁରେଶ ପଟେଲ, ଅଂଶୁଳ ପଟେଲ, ଅଞ୍ଜନା ପଟେଲ ,ରାଜା କାକ ,ବିଜେପି ର ବରିଷ୍ଠ ନେତା ସୁରେନ୍ଦ୍ର ସ୍ୱର୍ଣ୍ଣକାର, ରଘୁବୀର ପାଣ୍ଡେ, ମହାରାଜ ମାଝୀ, ଅରବିନ୍ଦ ସାହୁଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ସାଧାରଣ ସଂପାଦକ, ମଣ୍ଡଳ କାର୍ଯ୍ୟକାରୀ ସଭାପତି, ମଣ୍ଡଳ ପ୍ରଭାରୀ ,ଜିଲ୍ଲା ପରିଷଦ ପ୍ରାର୍ଥୀ, ନିର୍ବାଚିତ କାଉନସିଲର , ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼
Sign in
Sign in
Recover your password.
A password will be e-mailed to you.
Next Post