ଫେରାର ତିନି ଗଞ୍ଜେଇ ବେପାରୀଙ୍କ ସମ୍ପତି ବ୍ୟାଜପ୍ତି ସହ ପଳାତକ ଘୋଷଣା କଲା ପୁଲିସ…

ମାଲକାନଗିରି,୨୮।୧ : ପୋଲିସ କବଳରୁ ବର୍ତ୍ତିବା ପାଇଁ ଗ୍ରାମରୁ ଦୀର୍ଘଦିନ ଧରି ଫେରାର ଥିବା ତିନି ଫେରାର ଗଞ୍ଜେଇ ମାଫିଆ(ବ୍ୟବସାୟୀ) ଙ୍କୁ ପଳାତକ ଭାବେ ଘୋଷଣା କରାଯାଇ ସେମାନଙ୍କ ସମ୍ପତି ବ୍ୟାଜପ୍ତି କରାଯିବ ବୋଲି ସେମାନଙ୍କ ଘରେ ନୋଟିସ ଲଗାଇଛି ମାଲକାନଗିରି ପୁଲିସ ।
ମାଲକାନଗିରି ଥାନା ଅଧୀନସ୍ତ ପଦ୍ମଗିରି ପଞ୍ଚାୟତ ଏମଭି୮୩ଗ୍ରାମର ତିନିଜଣ ଗଞ୍ଜେଇ ବେପାରୀ ନିତାଇ ମଣ୍ଡଳ,ଅଶୋକ ମହାରି,ମହିନ୍ଦ୍ର ବସୁ ଦୀର୍ଘବର୍ଷ ଧରି ଫେରାର ଥିବାରୁ ସେମାନଙ୍କ ନାମରେ ଜିଲ୍ଲା ଅଦାଲତ ପକ୍ଷରୁ ଜାମିନ ବିହୀନ ପରୱାନା ଜାରି ହୋଇଥିଲା । ଦୀର୍ଘ ବର୍ଷ ଧରି ଅଦାଲତ ର ନିର୍ଦ୍ଦେଶକୁ ଅବମାନନା କରି ଫେରାର ଥିବାରୁ ଅଦାଲତ ଙ୍କ ନିର୍ଦ୍ଦେଶ କ୍ରମରେ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋ ଙ୍କ ପ୍ରତ୍ୟକ୍ଷ
ତ୍ୱତାଵଧାନ ରେ ଆଜି ପୁଲିସ ପକ୍ଷରୁ ସେମାନଙ୍କ ଗ୍ରାମରେ ଡ଼ାକବାଜି ଯନ୍ତ୍ର ଯୋଗେ ଓ ପୁଲିସ ଡେଙ୍ଗୁରା ବଜାଇ ସେ ତିନିଜଣ ଙ୍କୁ ପଳାତକ ଘୋଷଣା କରାଯାଇଛି । ତୁରନ୍ତ ଅଦାଲତ ରେ ହାଜର ନହେଲେ ସେ ତିନିଜଣଙ୍କ ସ୍ଥାବର ଅସ୍ଥାବର ସମ୍ପତିକୁ ବ୍ୟଜପ୍ତି କରିଦିଆଯିବ ବୋଲି ସେମାନଙ୍କ ଘର କାନ୍ଥରେ ପୁଲିସ ନୋଟିସ ଲଗାଇଥିବାର ଜଣା ପଡ଼ିଛି । ଗାଁରେ ହଠାତ ପୁଲିସ ପହଁଛି ଡେଙ୍ଗୁରା ବଜାଇବା ଦେଖି ଗ୍ରାମ ବାସୀ ମାନେ ଜମା ହୋଇଯାଇଥିଲେ । ପରେ ପୁଲିସ ଡ଼ାକବାଜି ଯନ୍ତ୍ରରେ ଅଦାଲତର ଘୋଷଣା ନାମା ପଢ଼ିଶୁଣାଇ ବାରୁ ଗ୍ରାମବାସୀ ମାନେ ଘରୁ ବାହାରି ଦାଣ୍ଡକୁ ଆସିଥିଲେ ।

nis-ad
Leave A Reply

Your email address will not be published.