ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ ମାଧ୍ୟମିକ ବିଦ୍ୟାଳୟ ରେ ଡ. ବାବୁଲା ପାଟଜୋଶୀଙ୍କ ଅଧକ୍ଷତାରେ ପିତାମାତା ଏବଂ ଅଧ୍ୟାପକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଡ.ପାଟଜୋଶୀ ଏହି ସମ୍ମିଳନୀର ତାତ୍ପର୍ଯ୍ୟ ତଥା ଗୁରୁତ୍ଵ ବିଷୟରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ମୋ ବିଦ୍ୟାଳୟ ଅଭିୟାନ ଏବଂ ଧନ୍ଦାମୂଳକ ଶିକ୍ଷା ବିଷୟରେ ବୁଝାଇଥିଲେ । ଶିବରାମ ବେହେରା କ୍ୟାରିୟର କାଉନ୍ସେଲିଙ୍ଗ, ଏକାଡେମିକ ଏବଂ କୋ କୁରିକୁଲାର ଏକ୍ଟିଭିଟି ଏବଂ ଏଥିରେ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ ବିଷୟରେ ଆଲୋକପାତ କରିଥିଲେ, ଶ୍ରୀମତି ରୀତାଞ୍ଜଳି ସାହୁ ରାଗିଙ୍ଗ , ଯୌନ ଶୋଷଣ, ଶିଶୁ ଅଧିକାର ବିଷୟରେ ଆଲୋକପାତ କରିଥିଲେ ବୈକୁଣ୍ଠ ନାଥ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଚରିତ୍ର ଗଠନ ବିଷୟରେ ଆଲୋକପାତ କରିଥିବା ବେଳେ କାହ୍ନୁ ଚରଣ ସାହୁ ସ୍କୋଲାରସିପ ପୋର୍ଟାଲ ରେ ଆଧାର ଶିଡିଙ୍ଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥଥିଲେ । ଜିଲ୍ଲା ଶିକ୍ଷାଧ୍ଵକରି ଏହି ସମ୍ମିଳନୀକୁ ପରିଦର୍ଶନରେ ଆସିଥିଲେ, ଏଥିରେ ୨୮ ଜଣ ପିତାମାତା ୧୭୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post