ହିଞ୍ଜିଳିକାଟୁ ୨୮।୧ ହିଞ୍ଜିଳିକାଟୁ ମହର୍ଷି ଵେଦଵ୍ୟାସ ସାଂସ୍କୃତିକ ବିଦ୍ୟାପରିଷଦ ୱାଲଫେର ଟ୍ରଷ୍ଟ ତରଫରୁ ହିଞ୍ଜିଳିକାଟୁ ଓ ବ୍ଳକ ସହ ଆଖପାଖ ଅଞ୍ଚଳର ୮ଜଣ ଅଭାବୀ ବ୍ରାହ୍ମଣ ପିଲାଙ୍କର ସାମୁହିକ ବ୍ରତୋପନୟନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ଗରିବ ଶ୍ରେଣୀର ପିଲାମାନେ ଅର୍ଥାଭାବରୁ ବ୍ରତ ହୋଇନପାରି ରହିଥିବା ଜାଣିବା ପରେ ୨୦୨୨ ରେ ୧୨ ଜଣ ବ୍ରତ ହୋଇଥିବା ବେଳେ ଚଳିତ ବର୍ଷ ୮ ଜଣ ସାମୁହିକ ଭାବରେ ଵ୍ରତ ହୋଇଥିଲେ ।ଏହି ସାମୁହିକ ବ୍ରତୋପନୟନ କାର୍ଯ୍ୟରେ ଟ୍ରଷ୍ଟର ସମସ୍ତ ପୁରୋହିତ, ବ୍ରାହ୍ମଣ ସମାଜର ବରିଷ୍ଠ ନାଗରିକ ଓ ଶୁଭେଛୁ ଯୋଗ ଦେଇଥିଲେ। ମହର୍ଷି ଵେଦଵ୍ୟାସ ସାଂସ୍କୃତିକ ବିଦ୍ୟାପରିଷଦ ୱାଲଫେର ଟ୍ରଷ୍ଟ ର ସଭାପତି ସଙ୍କର୍ଷଣ ପାଠୀ ଓ ସମ୍ପାଦକ ଦିପ୍ତିରଞ୍ଜନ ମହାପାତ୍ର ଙ୍କ ପୌରୋହିତରେ ମହା ସମାରୋହରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ସମାପନ କରିଥିଲେ । ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ସାମୁହିକ ବ୍ରତୋପନୟନରେ ବ୍ରତ ହୋଇଥିବା
ପିଲାମାନଙ୍କର ପରିବାର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଟ୍ରଷ୍ଟର ସମ୍ପାଦକ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର ସମୁହ ବେଦ ମନ୍ତ୍ର ଉଚ୍ଚାରଣ କରି ଥିବା ବେଳେ ସଂଘର ଉପସଭାପତି ଶିଵରାମ ପାଠୀ, ସହ ସମ୍ପାଦକ ଶିଵ ପ୍ରସାଦ ପାଠୀ, ସଦସ୍ୟ ବଦ୍ରୀନାଥ ସାବତ, ପ୍ରଶାନ୍ତ ପାଠୀ, ମନୋଜ କୁମାର ପାଠୀ, ତପନ କୁମାର ପାଠୀ, ଅଶୋକ ଶତପଥୀ, ଶରତ ତ୍ରିପାଠୀ, ଅମରେନ୍ଦ୍ର ଶତପଥୀ, ଅମ୍ବିକା ପ୍ରସାଦ ପାଠୀ, ଈତିତୋଷ ପାଠୀ ପ୍ରମୁଖ ପୂଜାର୍ଚ୍ଚନା ରେ ସହଯୋଗ କରିଥିଲେ। ସମସ୍ତ ପରିବାର ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପନ ପରେ ମହର୍ଷି ଵେଦଵ୍ୟାସ ସାଂସ୍କୃତିକ ବିଦ୍ୟାପରିଷଦ ୱାଲଫେର ଟ୍ରଷ୍ଟ ର ସମସ୍ତ ଗୁରଜନ ଓ ସଦସ୍ୟ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଆସନ୍ତା ମାର୍ଚ୍ଚ ମାସରେ ଟ୍ରଷ୍ଟର ମହର୍ଷି ଵେଦଵ୍ୟାସ କର୍ମକାଣ୍ଡ ବିଦ୍ୟାଳୟ ରେ ୧୫ ବର୍ଷ ରୁ ୨୧ ବର୍ଷ ପିଲାଙ୍କୁ ମାଗଣା ଶିକ୍ଷାଦାନ ଦେବାପାଇଁ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।