୪୧୨ ଜଣ ପାଇଲେ ବୀରତା ପୁରସ୍କାର…

ନୂଆଦିଲ୍ଲୀ: ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ୪୧୨ ଜଣଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯାଇଛି । ସେନା ଓ ସଶସ୍ତ୍ର ବାହିନୀ ଯବାନଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ସାହସିକ ଓ ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି। ଚଳିତବର୍ଷ ୪୧୨ଟି ସାହସିକ ଓ ସମ୍ମାଜନକ ପଦକ ଘୋଷଣା କରାଯାଇଛି। ଏଥିରେ ରହିଛି ୬ଟି କୀର୍ତ୍ତିଚକ୍ର, ୧୫ଟି ଶୌର୍ଯ୍ୟଚକ୍ର, ୯୨ଟି ସେନା ମେଡାଲ, ୨୯ଟି ପରମ ବିଶିଷ୍ଟ ସେବା ମେଡାଲ, ୫୨ଟି ଅତି ବିଶିଷ୍ଟ ସେବା ମେଡାଲ। କୀର୍ତ୍ତିଚକ୍ର ନିମନ୍ତେ ମନୋନୀତ ଯବାନମାନେ ହେଲେ ମେଜର ସୁଭାଙ୍ଗ, ନାଏକ ଜିତେନ୍ଦ୍ର ସିଂହ। ଅନ୍ୟ ଚାରିଜଣଙ୍କୁ ମରଣୋତ୍ତର ଭାବେ କୀର୍ତ୍ତିଚକ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।
ସେମାନେ ହେଲେ କନଷ୍ଟେବଳ ରୋହିତ କୁମାର (ଜାମ୍ମୁ-କାଶ୍ମୀର ପୁଲିସ), ସବ୍‌ଇନ୍ସପେକ୍ଟର ଦୀପକ ଭରଦ୍ୱାଜ, ହେଡ କନଷ୍ଟେବଳ ସୋଧି ନାରାୟଣ ଓ ହେଡ କନଷ୍ଟେବଳ ସେରୱାନ କାଶ୍ୟପ।ମୋଟ ୪୧୨ ଜଣ ସାମରିକ ଓ ପୁଲିସ କର୍ମୀଙ୍କୁ ଅତୁଳନୀୟ ସାହସ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ୨ ସେନା ଏବଂ ୪ ଟି ଗୃହ ମନ୍ତ୍ରଣାଳୟ (ମରଣୋତ୍ତର ୪), ୭ ସେନା, ୫ ବାୟୁସେନା, ୩ ଗୃହ ମନ୍ତ୍ରଣାଳୟ (୨ ମରଣୋତ୍ତର), ୯୩ ସେନା ପଦକ (୪ ମରଣୋତ୍ତର ସମେତ) ଏବଂ ଗୋଟିଏ ସେନା ପଦକ ବାର୍, ୧ ନୌସେନା ପଦକ (ସାହସିକତା) ସମେତ ୬ ଟି କୀର୍ତ୍ତି ଚକ୍ର, ୭ ବାୟୁ ପଦକ (ସାହସିକତା), ୨୯ ପରମ ବିଶିଷ୍ଟ ସେବା ପଦକ ଅନ୍ତର୍ଭୁକ୍ତ ।
ମେଜର ଶୁଭାଙ୍ଗ ଓ ନାୟକ ଜିତେନ୍ଦ୍ର ସିଂଙ୍କୁ କୀର୍ତ୍ତିଚକ୍ରରେ ସମ୍ମାନିତ କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଭାରିନ୍ଦର ସିଂ ପଠାନିଆଙ୍କୁ ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମୋଟ ୨୯ ଜଣ ସେବାକାରୀ ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କୁ ସେମାନଙ୍କର ବିଶିଷ୍ଟ ସେବା ପାଇଁ ପିଭିଏସଏମ ପ୍ରଦାନ କରାଯାଇଛି ।

nis-ad
Leave A Reply

Your email address will not be published.