ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍…

ଆସିକା : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାର ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାର ବିଚାରଣା କରି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୧୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ ପ୍ରଭାକର ସ୍ବାଇଁକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭ‌ୋଗିବାକୁ ପଡ଼ିବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି।

 ୨୦୨୦ ମସିହା ଡିସେମ୍ବର ୨୫ ତାରିଖରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ତାଙ୍କ ମାଆ ହିଞ୍ଜିଳିକାଟୁ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୪୬୦/୨୦ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତ ପ୍ରଭାକରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସ୍ଥାନୀୟ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ କୋର୍ଟରେ ଏହି ମାମଲାର ବିଚାରଣା ଚାଲିଥିବା ବେଳେ  ଆଜି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।  ସରକାରଙ୍କ ପକ୍ଷରୁ ଏପିପି ସୁଧାଂଶୁ ପଣ୍ଡା ଓ ଜି. ସୂର୍ଯ୍ୟପ୍ରକାଶ ରାଓ ମକଦ୍ଦମା ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.