ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ ଶୁଭାରମ୍ଭ…

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ ବୁଧବାର ଶୁଭାରମ୍ଭ ହୋଇଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଏହି ଟ୍ରେନ୍‌କୁ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ଉତ୍ତର ପ୍ରଦେଶର ବାରାଣସୀ, ବିହାରର ଗୟା, ଝାଡ଼ଖଣ୍ଡର ଦେଓଘର ଦେଇ ପୁରୀରେ ପହଞ୍ଚିବ। ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ଗଢ଼ିଛନ୍ତି। କେବଳ ଓଡ଼ିଆକୁ ଛାଡ଼ି ବିଶ୍ବର ସବୁ ଭାଷା ମଣିଷ ତିଆରି କରିଛି। କିନ୍ତୁ ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ଗଢ଼ିଛନ୍ତି। ମହାପ୍ରଭୁ ତାଙ୍କ ପ୍ରସାଦ ଭାବେ ଓଡ଼ିଆ ଭାଷାକୁ ଦେଇଛନ୍ତି। ସେଥିପାଇଁ ଓଡ଼ିଆ ଭାଷା ଏତେ ମିଠା ବୋଲି ସେ କହିଛନ୍ତି।

ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ ଶୁଭାରମ୍ଭ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଏକ୍ସପ୍ରେସ୍‌ରେ ଏକକାଳୀନ ୫୦୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯାତ୍ରା କରିପାରିବେ। ଶ୍ରଦ୍ଧାଳୁଙ୍କ ଉପରେ ଯେତେଦିନ ଯାଏଁ ଭଗବାନଙ୍କ ଆଶୀର୍ବାଦ ମିଳିନାହିଁ, ଜଗନ୍ନାଥଙ୍କ ଦର୍ଶନ ହୋଇପାରିବ ନାହିଁ। ନୂଆ ପର୍ଯ୍ୟଟନ ଟ୍ରେନ୍‌ ମାଧ୍ୟମରେ ମା’-ବାପାଙ୍କୁ ପ୍ରଭୁଙ୍କ ଦର୍ଶନ କରାଇବାର ସୁଯୋଗ ଆସିଛି। ଲୋକେ ପ୍ରଭୁଙ୍କ ପାଖକୁ ଯାଆନ୍ତୁ। ଜଗନ୍ନାଥଙ୍କ ଦର୍ଶନ କରନ୍ତୁ। ମହାପ୍ରସାଦ ନେଇକି ଆସନ୍ତୁ। ଯାତ୍ରୀଙ୍କ ସୁରକ୍ଷା ପାଇଁ ଆଇଆରସିଟି ଖାଦ୍ୟ-ପାନୀୟ ଓ ବୀମା ବ୍ୟବସ୍ଥା କରିଛି। ପୁରୀ ନିକଟ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତୁ। କୋଣାର୍କ ମନ୍ଦିରରେ ସୂର୍ଯ୍ୟ ଉଦୟ ହେବାର ପ୍ରଥମ କିରଣ ସ୍ପର୍ଶ କରିଥାଏ।

ସୂଚନାଯୋଗ୍ୟ,  ଜଗନ୍ନାଥ ସର୍କିଟ୍‌ରେ ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଚଳ ନେଇ କେନ୍ଦ୍ର ରେଳମନ୍ତ୍ରୀ ଗତବର୍ଷ ନଭେମ୍ବର ମାସରେ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ। ରାମାୟଣ ସର୍କିଟ୍‌ ପରି ଏହି ସର୍କିଟ୍‌ରେ ଓଡ଼ିଶାର ଆରାଧ୍ୟ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟକୁ ସ୍ଥାନିତ କରାଯିବ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଏହି ସର୍କିଟ୍‌ରେ ସାମିଲ କରାଯିବ। ଏକ୍ସପ୍ରେସ୍‌ରେ ଓଡ଼ିଶାର ଭାଇଚାରା ଦେଖିବାକୁ ମିଳିବ, ଓଡ଼ିଆ ଖାଦ୍ୟ ଏହି ଟ୍ରେନ୍‌ ଯାତ୍ରୀଙ୍କୁ ମିଳିବ। ଜଗନ୍ନାଥ ସର୍କିଟର ରୂପରେଖ ପ୍ରସ୍ତୁତ ହୋଇସାରିଛି।

nis-ad
Leave A Reply

Your email address will not be published.