ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା ତାଲିମ ଅଧ୍ୟକ୍ଷ ଡ଼ .ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଉଦଯାପିତ ହୋଇଯାଇଛି । ଏହି ଉଦଜାପନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବିଦ୍ୟାଳୟର ମୋ ବିଦ୍ୟାଳୟ ଅଭିଯାନର ସଭାପତି ବିଷ୍ଣୁ ଚରଣ ଦିଗାଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅଧ୍ୟାପକ ଡ଼.ବାବୁଲା ପାଟଜୋଶୀ,ରାଜନୀତି ବିଜ୍ଞାନ ଅଧ୍ୟାପକ, ବୈକୁଣ୍ଠ ନାଥ ପଣ୍ଡା, ସମାଜ ବିଜ୍ଞାନ ଅଧ୍ୟାପକ,ସଞ୍ଜୟ କୁମାର ନାୟକ,ଡେମନଷ୍ଟ୍ରେଟୋର ,ସନ୍ୟାସୀ ଜେନା, ଗ୍ରନ୍ଥାଗାରିକ । ଉଭୟ ବିଦ୍ୟାଳୟର ମୋଟ ୧୩୭ ଜଣ ଛାତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥ୍‌ ଶ୍ରୀମତୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଉଛାହିତ କରିବା ସହିତ ଆବଶ୍ୟକ ସମୟରେ ଏହାର ପ୍ରୋଯୋଗ କରିବାକୁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦିଗାଲ ଛାତ୍ରୀ ତଥା ମହିଳା ମାନଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଆଲୋକପାତ କରିବା ସହିତ ସେଥୁରୁ ନିଜକୁ ରକ୍ଷା କରିବା ପାଇଁ କୌଶଳ ଶିକ୍ଷଣ ଉପରେ ଗୁରୁତ୍ମ୍ୟ ଦେଇଥିଲେ । ମାଷ୍ଟର ଟ୍ରେନର ଟିକିନା ଭୋଇଙ୍କ ଉପସ୍ଥିତିରେ ଛାତ୍ରୀମାନେ ଶିଖ୍ବା କିଛି କୌଶଳ ପ୍ରଦର୍ଶନ କରିଥିଲେ । ଛାତ୍ରୀମାନଙ୍କୁ ତାଲିମ ପ୍ରମାଣପତ୍ର ଅତିଥିଙ୍କ ଦ୍ବାରା ପ୍ରଦାନ କରଯାଇଥିଲା । କୋଡିନେଟର ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ତାଲିମ କାର୍ଯ୍ୟ ବିଷୟରେ ବିସ୍ତ୍ରୁତ ବିବରଣୀ ରଖିଲେ । ଅଧ୍ୟାପିକା ରୀନାରାନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.