ବିଜେପି ଛାଡିବା ପରେ ବିରାଟ ମନ୍ତବ୍ୟ ଦେଲେ ଶିଶିର ଗମାଙ୍ଗ…

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିର ହାତ ଛାଡିଛନ୍ତି । ତେବେ ବିଜେପିରୁ ଇସ୍ତଫା ଦେବା ପରେ ଶିଶିର ଗମାଙ୍ଗ ଏକ ବଡ ମନ୍ତବ୍ୟ ଦେଇଛଡ଼୍‌ତି । ଯାହା ଏବେ ରାଜନୀତି ମାହୋଲକୁ ଆହୁରି ସରଗରମ କରିଦେଇଛି । ବିଜେପିରକିଛି ଟାଣୁଆ ନେତା ଶିଶିରଙ୍କ ପଛରେ ଲାଗିଥିବା ସେ ନିଜେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଦକ୍ଷିଣ ଓଡିଶାର ୨ ଜଣ ବରିଷ୍ଠ ନେତା ଶିଶିରଙ୍କ ପଚରେ ନିୟମିତ ଲାଗି ରହିଥିଲେ । ବିଶେଷ କରି ଜୟରାମ ପାଙ୍ଗୀଙ୍କ ନାଁ ଖୋଲାଖୋଲି ଭାବରେ କହିଛନ୍ତି ଶିଶିର । ଜୟରାମ ଲଗାତାର ତାଙ୍କ ପଛରେ ଲାଗିଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ଏମିତି କି ତାଙ୍କୁ ହରାଇବା ପାଇଁ ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ । ତେବେ ଶେଷରେ ଶିଶିରଙ୍କୁ ହରାଇବାରେ ସଫଳ ହୋଇଥିଲେ ଜୟରାମ । ତାଙ୍କ ସହ ଅନ୍ୟ ଜଣେ ଷ୍ଟାର ନେତା ମଧ୍ୟ ପଛରୁ ଛୁରୀ ମାରି ଚାଲିଥିଲେ ବୋଲି କହିଛନ୍ତି ଶିଶିର ଗମାଙ୍ଗ ।

nis-ad
Leave A Reply

Your email address will not be published.