ଗଣତନ୍ତ୍ର ଦିବସରେ ୯୦୧ ଜଣ ପାଇବେ ପୋଲିସ ମେଡାଲ…

ଭୁବନେଶ୍ୱର: ଆସନ୍ତାକାଲି ଗଣତନ୍ତ୍ର ଦିବସରେ ୯୦୧ ଜଣ ପାଇବେ ପୋଲିସ ମେଡାଲ। ଓଡ଼ିଶାରୁ ଦୁଇ ଜଣ ପାଇବେ ରାଷ୍ଟ୍ରପତି ମେଡାଲ। ଉଲ୍ଲେଖନୀୟ ସେବା ନିମନ୍ତେ ୧୧ ଜଣ ପୁରସ୍କୃତ ହେବେ। ଓଡ଼ିଶାର ଡି. ଏସ୍ କୁଟ୍ଟେ ପାଇବେ ରାଷ୍ଟ୍ରପତି ମେଡାଲ। କନେଷ୍ଟବଳ ପ୍ରହଲ୍ଲାଦ ରାଉତ ପାଇବେ ରାଷ୍ଟ୍ରପତି ପୋଲିସ ମେଡାଲ।

ସୂଚନା ଅନୁଯାୟୀ, ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ଅବସରରେ୯୦୧ ଜଣ ପାଇବେ ପୋଲିସ ମେଡାଲ । ସେଥିମଧ୍ୟରୁ ଡି.ଏସ୍ କୁଟ୍ଟେ ଏବଂ କନେଷ୍ଟବଳ ପ୍ରହଲାଦ ରାଉତଙ୍କ ସମେତ ମୋଟ୍ ୯୩ ଜଣଙ୍କୁ ରଷ୍ଟ୍ରପତି ପୋଲିସ ମେଡାଲ ମିଳିବ । ତେବେ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଏଥିସହିତ ୧୪୦ଜଣ ପୋଲିସ କର୍ମଚାରୀ ସାହାସିକତା ପୁରସ୍କାର ପାଇବେ ।

ଏତତ୍ ବ୍ୟତୀତ ସମ୍ମାନଜନକ ସେବା ପାଇଁ ୬୬୮ ଜଣ ପୋଲିସ କର୍ମଚାରୀ ସମ୍ମାନିତ ହେବ । ଏହି ସମ୍ମାନ ଜନକ ସେବ ପାଇଁ ଓଡିଶାରୁ ୧୧ ଜଣ ପୋଲିସ କର୍ମଚାରୀଙ୍କ ପୁରସ୍କୃତ ହେବେ । ଏତତ୍ ବ୍ୟତୀତ ଓଡିଶାରୁ ଆପିଏସ୍ ଡି.ଏସ୍ କୁଟ୍ଟେ ରାଷ୍ଟ୍ରୁପତି ପୋଲିସ ମେଡାଲ ପାଇବେ ବେଳେ ପ୍ରହଲ୍ଲାଦ ରାଉତଙ୍କୁ ମଧ୍ୟ ଏହି ପୁରସ୍କାର ମିଳିବ ।

nis-ad
Leave A Reply

Your email address will not be published.