ସ୍କୁଲରେ ଗୁଳିକାଣ୍ଡ, ୨ଛାତ୍ର ମୃତ…

କାର୍ଲିଫଣ୍ଣିଆ: ଆମେରିକାର କାର୍ଲିଫଣ୍ଣିଆରେ ଲଗାତାର ଗୁଳିକାଣ୍ଡରେ ଜନ ସାଧାରଣ ପ୍ରାଣ ହରାଉଛନ୍ତି । ସେହିପରି ଆଜି ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରାଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ଥିବା ସୂଚନା ମିଳିଛି । ସେନ୍ ମେଣ୍ଟୋ ପୋଲିସଙ୍କ ସୂଚନା ଅନୁସାରେ, ସୋମବାର ମୋଇସେନ ସହରର ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟରେ ଜଣେ ଶିକ୍ଷକ ଗୁରୁତର ଅବସ୍ଥାରେ ଅଛନ୍ତି । ଡେସ୍ ମୋଇନେସ ପୁଲିସ ୨ଜଣଙ୍କୁ ମୃତ୍ୟୁ ଘୋଷଣା କରିଛି । ଆହତ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । କାର୍ଲିଫଣ୍ଣିଆର ସ୍ଥାନୀୟ ନେତାମାନେ ଟ୍ୱିଟ କରି କହିଛନ୍ତି ଯେ, ଆମ ସ୍ଥାନୀୟ ଜିଲ୍ଲାରେ ଗୁଳିକାଣ୍ଡ ଯୋଗୁଁ ସାଧାରଣ ଜନତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛୁ । ଏଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନକୁ କଡ଼ା କରାଯିବ । ଏହି ଘଟଣାରେ ଏକାଧିକ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ ।

nis-ad
Leave A Reply

Your email address will not be published.