ବିଜେପିର ଚେତାବନୀ ପତ୍ରରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ…

ଭୁବନେଶ୍ୱର: ଆବାସ ଯୋଜନା ତାଲିକା ପ୍ରକାଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଏମିତି କରୁ ଥିବା କହିଛନ୍ତି ପ୍ରଦୀପ । ତେବେ ଅନିୟମିତତା କଥା କହୁଥିବା ଲୋକେ କେତେ ଅଭିଯୋଗ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଅଭିଯୋଗ କରିବାକୁ ଭୟ କରୁଥିବା ଲୋକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାପରେ ବି ଅଭିଯୋଗ ନଥିବା ବେଳେ ବିଜେପିର ଏହି ନିଷ୍ପତ୍ତିକୁ ଏକ ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ ।

nis-ad
Leave A Reply

Your email address will not be published.