ବରମୁଣ୍ଡା ଟର୍ମିନାଲରେ ହୁ ହୁ ହୋଇ ଜଳାଗଲା ବସ୍‌…

ଭୁବନେଶ୍ବର: ବସରେ ଲାଗିଲା ନିଆଁ । କିଛି ସମୟ ଭିତରେ ହୁ ହୁ ହୋଇ ଜଳାଗଲା ବସ୍‌ । ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଏହି ଘଟଣା ଘଟିଛି । ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ନିଆଁ ଲାଗିଥିଲା ।

ଘଟଣାସ୍ଥଳରେ ନିଆଁ ଲିଭା କାମରେ ଲାଗିଥିଲା ଅଗ୍ନିଶମ ବାହିନୀର ୨ଟି ଟିମ୍‌ । ତେବେ କେମିତି ଓ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା କାରଣ ଅସ୍ପଷ୍ଟ ରହିଛି । ସେତେବେଳେ ବସରେ କେହି ନଥିଲେ । ଫଳରେ ଏକ ବଡ଼ ଧରଣର ଅଘଟଣ ଏଡାଇ ଯାଇଛି ।

nis-ad
Leave A Reply

Your email address will not be published.