୨୩ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ଆସନ୍ତା ୨୩ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ଉକ୍ତ ଦିନ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାରେ ଆୟୋଜିତ ହେବାକୁ ଥିବା ଜୟନ୍ତୀ ସମାରୋହରେ ସାମିଲ ହେବେ । ସେହିପରି ସମ୍ବଲପୁରର ବିଭିନ୍ନ ସ୍ଥାନରେ ଦିନତମାମ ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗଦେବେ ବୋଲି ଦଳୀୟ ସୂତ୍ରରୁ ମିଳିଛି ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜୟନ୍ତୀରେ ତାଙ୍କ ଜନ୍ମମାଟି ରେଙ୍ଗାଲି ବ୍ଲକ ଖିଣ୍ଡାଠାରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହେବେ । ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ । ସେଠାରୁ ସମ୍ବଲପୁର ସହରର ତପସ୍ୱିନୀ ହଲ୍‌ରେ ଆଇଆଇଏମ୍ ସମ୍ବଲପୁର ଏବଂ ଆଇସିଏଚ୍‌ଆର୍ ପକ୍ଷରୁ ପରାକ୍ରମ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଜାତୀୟ ସେମିନାର୍‌ରେ ସାମିଲ ହେବାର କାର‌୍ୟ୍ୟକ୍ରମ ରହିଛି ।

ସେହିପରି ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହିତ ମାନେଶ୍ୱର ବ୍ଲକ୍ ପରମାଣପୁରଠାରେ ଅନୁଷ୍ଠିତ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ତଥା ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.