ବନ୍ଦ ରହିବ ଅନୁଗୁଳ ଜିଲ୍ଲାପାଳଙ୍କ ଦରମା

ଅନୁଗୁଳ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କ୍ଷତିପୂରଣ ନ ଦେବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ । ଜଳସେଚନ ପ୍ରକଳ୍ପ ପାଇଁ ୬୦ ବର୍ଷ ତଳେ ଜମି ହରାଇଥିଲେ ୧୮୮ ପରିବାର । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୧୯୬୧ରେ ଜମି ଅଧିଗ୍ରହଣ ହୋଇଥିଲା । ଜମି ମାଲିକମାନଙ୍କୁ ୬ ଦଶନ୍ଧି ପରେ ମଧ୍ୟ କ୍ଷତିପୂରଣ ପ୍ରଦାନ କରା ନଯିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି ।

ଜମି ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ସହିତ ଅନ୍ୟ ଅଧିକାରୀଙ୍କ ଦରମା ବନ୍ଦ ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆବେଦନକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଏ ତେବେ ସମ୍ପୃକ୍ତ ଅଧିକାରୀଙ୍କୁ ଦରମା ପ୍ରଦାନ ପ୍ରସଙ୍ଗ ବିଚାକୁ ନିଆଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ଜାନୁଆରି ୧୬ରେ ଅନୁଗୁଳ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୧୩ରୁ ମାମଲା ଦାୟର ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇ ନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.