ଉପ ସ୍ୱାସ୍ଥ୍ୟକେନ୍ଦ୍ର ତିଆରିକୁ ନେଇ ଅସନ୍ତୋଷ…

ଫିରିଙ୍ଗିଆ : ଏକ ଭିନ୍ନ ମୋଡ଼ ନେଇଛି ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଟେଲାପାଲି ଗ୍ରାମ ରେ ନିର୍ମାଣ ହେବାକୁ ଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର | ମିଳିଥିବା ସୂଚନା ମୁତାବକ ଟେଲାପାଲି ଗ୍ରାମ ର ଦୁର୍ଗା ଚରଣ କହଁର ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ହେବ ଉକ୍ତ ଜାଗାକୁ ଅକ୍ତିଆର କରି ରଖିଛନ୍ତି |କିନ୍ତୁ ସେହି ସ୍ଥାନ ରେ କୁଇ ସମାଜ ର ଏକ ବୈଠକ ଗୃହ ତିଆରି କରିବା ନିମନ୍ତେ କୁଇ ସମାଜ ର ଲୋକେ ନିଷ୍ପତ୍ତି ନେଇଥିବା ଯୋଗୁଁ ମୁଁ ସେ ଜାଗା ର ପଟ୍ଟା ନକରି ସେମିତି ଛାଡିଦେଇଛି ବୋଲି ଦୁର୍ଗା ଚରଣ ନିଜ ପ୍ରତିକ୍ରିୟା ରଖିଛନ୍ତି | ଆଜି ବ୍ଲକ କାର୍ଯ୍ୟାଳୟରେ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ସାକ୍ଷାତ କରି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ୟତ୍ର ତିଆରି କରିବା ନିମନ୍ତେ ଏକ ଦରଖାସ୍ତ ମଧ୍ୟ ଦେଇଛନ୍ତି | ଏ ସମ୍ପର୍କରେ ଡିଣ୍ଡିରାଗାଁ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ବିଭାଷ ପୁଟୀଙ୍କୁ ପଚାରିବାରୁ ଏନେଇ ରାଜସ୍ୱ ନିରୀକ୍ଷକଙ୍କ ସହିତ ଆଲୋଚନା କରିବା ପରେ ସେ ଯେଉଁ ଜାଗା ଦେଖେଇବେ ସେ ଜାଗାରେ ତିଆରି କରାଯିବ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.