ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମୁଖ୍ୟ ବଜାରରେ ଥିବା ୟୁନିଅନ ବ୍ୟାଙ୍କ , ଶାଖା-୧ କୁ ବନ୍ଦ କରାଯିବାର ପ୍ରୟାସ ଚାଲିଛି । ଆନ୍ଧ୍ର ବ୍ୟାଙ୍କ ର ମିଶ୍ରଣ ୟୁନିଅନ ବ୍ୟାଙ୍କ ସହ ହେବା ପରେ, ହିଞ୍ଜିଳିକାଟୁ ରେ ଥିବା ଆନ୍ଧ୍ର ବ୍ୟାଙ୍କ ୟୁନିଅନ ବ୍ୟାଙ୍କ ର ୨ ଶାଖା ବ୍ୟାଙ୍କ ଭାବରେ କାମ କରୁଛି। ଏହି ପରିପ୍ରେକ୍ଷୀରେ ୟୁନିଅନ ବ୍ୟାଙ୍କ ପ୍ରଥମ ଶାଖା କୁ ବନ୍ଦ କରିବା ନିମନ୍ତେ ବ୍ୟାଙ୍କ ଉଚ୍ଚ କତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଶାଖା ୧ଟି ଗ୍ରାଉଣ୍ଡ ଫ୍ଲୋରରେ ଥିବା ହେତୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଖାତା ଧାରକ ମାନେ ସହଜରେ ଏହି ଶାଖା ରେ କାରବାର କରିପାରୁଛନ୍ତି। ଫଳରେ ଶାଖା ୧ର ବ୍ୟବସାୟୀ, ମହିଳା ଗ୍ରୃପ, ଛାତ୍ର ଛାତ୍ରୀ ଖାତା ଧାରକ ମାନେ ବ୍ୟାଙ୍କ ଉଚ୍ଚ କତୃପକ୍ଷ ଙ୍କ ନିଷ୍ପତ୍ତି ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ହିଞ୍ଜିଳିକାଟୁ ବ୍ୟବସାୟୀ ସଂଘର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିଶ୍ବମ୍ବର ସାହୁ, ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା , ପ୍ରଦୀପ ମହାରଣା ପ୍ରମୁଖ ଙ୍କ ସହ ବହୁ କଷ୍ଟମର ଉଚ୍ଚ କତୃପକ୍ଷ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବ୍ୟାଙ୍କ ର ପ୍ରାଦେଶିକ ଆଞ୍ଚଳିକ ଓ ଶାଖା ପରିଚାଳକ ଙ୍କୁ ଚିଠି ଲେଖି ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.