ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଚିତ୍ରକୋଣ୍ଡା(୨୧/୦୧): ଆଗାମୀ ୨୬ ତାରିଖରେ ପାଳିତ ହେବାକୁ ଯାଉଛି ୭୪ତମ ସାଧାରତନ୍ତ୍ର ଦିବସ । ସେଥି ନିମନ୍ତେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ସଭାଗୃହଠାରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ସହାୟକ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ବେହେରା ଙ୍କ ଉପସ୍ଥିତି ରେ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ତଥା ସ୍ଥାନୀୟ ଚିତ୍ରକୋଣ୍ଡା ପଞ୍ଚାୟତ ମଧ୍ୟରେ ଥିବା ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଚିତ୍ରକୋଣ୍ଡା ମିନିଷ୍ଟାଡିଅମ ରେ ଆନୁଷ୍ଠାନିକ ଭାବରେ 74 ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତି ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି କରିବାକୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା l

ଚଳିତ ବର୍ଷ ସ୍ୱତନ୍ତ୍ର ଭାବରେ ମିନି ଷ୍ଟାଡିଅମ ପଡିଆରେ ପ୍ୟାରେଡ କୁ ଅଗ୍ରାଧିକାର ଦିଆଯିବା ସହ ତିନି ଗୋଟି କାଟାଗୋରି ସିନିଅର, ସବ ଜୁନିଅର ଏବଂ ଜୁନିଅର ଅନୁଯାୟୀ ସାଧାରଣ ଜ୍ଞାନ, ଭାଷଣ, ପ୍ରବନ୍ଧ ଲିଖନ ଓ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ପୁରସ୍କାର ପ୍ରଦାନ କରାଯିବ l ଚଳିତ ବର୍ଷ ମିନି ଷ୍ଟାଡିଅମ ପଡିଆରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ୨୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେବାର ସମ୍ଭାବନା ରହିଛି l ଉକ୍ତ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଲ ଭାବରେ କରାଯିବା ନେଇ ଆଲୋଚନା ହୋଇଛି l ଚିତ୍ରକୋଣ୍ଡା ପୋଲିସ ତଥା ସ୍ଥାନୀୟ ଚିତ୍ରକୋଣ୍ଡା ରେ ବିଏଫଏଫ ଅଧିକାରୀ ଆଜିର ବୈଠକରେ ଯୋଗଦେବା ସହ ସମସ୍ତ ସହଯୋଗର ହାତ ବଢ଼ାଇ ଥିଲେ l ଆଜିର ବୈଠକ କାର୍ଯ୍ୟକ୍ରମକୁ ଜିପିଓ ହେମନ୍ତ କୁମାର ଭୂୟାଁ, କନିଷ୍ଠ ଯନ୍ତ୍ରୀ ନୟନ ସରକାର, ଏପିଓ ଉଛବ ଗିରି ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.