ରାସ୍ତାଠାରୁ ୬ଫୁଟ୍ ଉଚ୍ଚରେ ଅଙ୍ଗନୱାଡି଼ କେନ୍ଦ୍ର : ଶିଶୁମାନେ କେନ୍ଦ୍ରକୁ ଯିବାରେ ସମସ୍ୟା..

ଦାରିଙ୍ଗବାଡ଼ି, ୨୧/୦୧ : କୋମଳମତି ଶିଶୁଙ୍କ ଶାରୀରିକ, ମାନସିକ ଓ ଭୌତିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରୁଛନ୍ତି । ହେଲେ ଦାରିଂବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ପିଡ଼ିକାରିପି ଅଙ୍ଗନୱାଡି଼ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହାକି କେନ୍ଦ୍ରକୁ ଲାଗି ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲି ଥିବାରୁ କୋମଳ ମତି ଶିଶୁ କେନ୍ଦ୍ରକୁ ଯିବାରେ ବାଧା ଉପୁଜି ଥିବା ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ପାଇଁ ଖୋଳା ଯାଇଥିବାରୁ ଅଙ୍ଗନୱାଡି଼ କେନ୍ଦ୍ର ରାସ୍ତା ଠାରୁ ପ୍ରାୟ ୬ ଫୁଟ୍ ଉଚ୍ଚତାରୁ ଅଧିକ ଉଚ୍ଚରେ ରହି ଯାଇଛି । ରାସ୍ତା ନିର୍ମାଣ କରୁଥିବା ଠିକାଦାର କେନ୍ଦ୍ରକୁ ଯିବା ପାଇଁ ବିକଳ୍ପ ବ୍ୟବସ୍ଥା କରି ନଥିବାରୁ କୋମଳ ମତି ଶିଶୁ କେନ୍ଦ୍ରକୁ ଯାଇ ପାରୁ ନଥିବା ଅଭିଯୋଗ ହୋଇଛି । ରାସ୍ତା ନଥିବାରୁ କିଛି ପିଲା ୬ ଫୁଟ୍ ଉଚ୍ଚତା ଚଢ଼ି କେନ୍ଦ୍ରକୁ ଯିବା ବେଳେ ଖସି ପଡ଼ି ଯାଇଥିବା ନଜିର ରହିଛି । ଏ ପାଖରେ ଦୀର୍ଘ ବର୍ଷ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ହେଉ ଥିବାରୁ ଗ୍ରାମବାସି ଖୁସି ହେଉ ଥିବା ବେଳେ ଅଙ୍ଗନୱାଡି଼ କର୍ମୀ ସମେତ ଅଭିଭାବକ ପିଲାଙ୍କୁ କେନ୍ଦ୍ରକୁ ଛାଡ଼ିବା ବେଳେ ପ୍ରତିଦିନ ଚିନ୍ତାରେ ରହୁଥିବା ଜଣା ପଡ଼ିଛି । ଏଣୁ ଠିକାଦାର ଅତି ଶୀଘ୍ର କୋମଳ ମତି ଶିଶୁ ମାନେ ଅଙ୍ଗନୱାଡି଼ କେନ୍ଦ୍ରକୁ ସୁରୁଖୁରୁରେ ଯାଇ ପରିବାର ବ୍ୟବସ୍ଥା କରିବାକୁ ଅଞ୍ଚଳର ବୁଦ୍ଧିଜୀବି ଓ ଅଭିଭାବକ ଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.